Latest Odisha News

BREAKING NEWS

ପାରା ଏସିଆନ୍ ଗେମ୍ସ: ଓଡ଼ିଆ ପୁଅ ପ୍ରମୋଦ ଭଗତଙ୍କୁ ରୌପ୍ୟ ପଦକ

ଭୁବନେଶ୍ୱର: ଓଡ଼ିଶାର ଷ୍ଟାର୍ ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଆଇଚି-ନାଗୋୟା ଠାରେ ଅନୁଷ୍ଠିତ ହେଉଥିବା ୫ମ ଏସୀୟ ପାରା କ୍ରୀଡ଼ା (Asian Para Games 2026)ର ପୁରୁଷ ଏକକ SL3 ବର୍ଗରେ ରୌପ୍ୟ ପଦକ (Silver Medal) ଜିତିଛନ୍ତି। ଚଳିତ ପାରା ଏସିଆନ ଗେମ୍ସରେ ଦ୍ବିତୀୟ ପଦକ ଜିତିଲେ ପ୍ରମୋଦ। ଅଲ ଇଣ୍ଡିଆନ ଫାଇନାଲରେ ବାଜି ମାରିଲେ ନୀତେଶ କୁମାର। ଗୁରୁବାର ମନୀଷା ରାମଦାସଙ୍କ ସହ ବ୍ରୋଞ୍ଜ ଜିତିଥିଲେ ପ୍ରମୋଦ।ପାରା ଆର୍ଚେରୀରେ ଭାରତ ପାଇଁ ସ୍ବର୍ଣ୍ଣ ଜିତିଲେ ହରଭିନ୍ଦର-ସନ୍ଦୀପ।

ଏକ ରୋମାଞ୍ଚକର ଅଲ୍-ଇଣ୍ଡିଆନ୍ ଫାଇନାଲ୍ ମ୍ୟାଚ୍‌ରେ ପ୍ରମୋଦ ଭଗତ ନିଜ ଦେଶର ଖେଳାଳି ନିତେଶ କୁମାରଙ୍କଠାରୁ ୧୮-୨୧, ୧୬-୨୧ ସେଟ୍‌ରେ ପରାସ୍ତ ହୋଇ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି। ଏଥିସହିତ ସେ ଚଳିତ ଏସୀୟ ପାରା ଗେମ୍ସର ମିଶ୍ରିତ ଯୁଗଳରେ ମନୀଷା ରାମଦାସଙ୍କ ସହ ମିଶି ବ୍ରୋଞ୍ଜ ପଦକ ମଧ୍ୟ ହାସଲ କରିଛନ୍ତି।

Leave A Reply

Your email address will not be published.