ରାଇରଙ୍ଗପୁର:ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତକୁ ସ୍ଥଗିତ ରଖାଯାଇଛି । ସାମ୍ଭାବ୍ୟ ବାତ୍ୟାକୁ ନେଇ ୨୮ ଓ ୨୯ ଅକ୍ଟୋବର ପରିବର୍ତ୍ତେ ଆସନ୍ତା ନଭେମ୍ବର ୪ ଓ ୫ ତାରିଖ କାର୍ଯ୍ୟସୂଚୀ ଅନୁଯାୟୀ ସମସ୍ତ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ସରକାରୀ ଭାବେ କୁହାଯାଇଛି । ଏନେଇ ବିଧିବଦ୍ଧ ଭାବେ ସୂଚନା ଜାରି କରାଯାଇଛି। ରାଷ୍ଟ୍ରପତି ଭବନରୁ ଚିଠି ଆସିଥିବା ଜଣାଯାଇଛି। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି ।
ସୂଚନାନୁସାରେ,ଅକ୍ଟୋବର ୨୮ ଓ ୨୯ ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥାନ୍ତେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନିଜ ଜନ୍ମମାଟିରେ ଏକାଧିକ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଥିଲା ।
ତେବେ ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ସୃଷ୍ଟି ହେବାର ଆଶଙ୍କା ଥିବାରୁ ସୁରକ୍ଷା ଓ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ଗସ୍ତକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ୨୮ ଓ ୨୯ ଅକ୍ଟୋବର ପରିବର୍ତ୍ତେ ଆସନ୍ତା ନଭେମ୍ବର ୪ ଓ ୫ ତାରିଖ କାର୍ଯ୍ୟସୂଚୀ ଅନୁଯାୟୀ ସମସ୍ତ କାର୍ଯ୍ୟକ୍ରମରେ ଯୋଗଦେବେ ।

