ଭୂୁବନେଶ୍ୱର: ଆଜି ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ଦିନ । ତେବେ ଦ୍ୱିତୀୟ ଦିନରେ ଗୃହ ଆରମ୍ଭରୁ ହିଁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି । ସାମ୍ବାଦିକଙ୍କ ଉପରୁ ରୁଲିଂ ପ୍ରତ୍ୟାହାର ଦାବିରେ ବିରୋଧୀଙ୍କ ପ୍ରବଳ ହଙ୍ଗାମା ଯୋଗୁଁ ବାଚସ୍ପତି ସୂର୍ଯ୍ୟ ନାରାୟାଣ ପାତ୍ର ଗୃହକୁ ଅପରାହ୍ନ ୩ଟା ଯାଏ ମୁଲତବୀ ଘୋଷଣା କରିଛନ୍ତି ।
ଆଜି ପ୍ରଶ୍ନକାଳ ଆରମ୍ଭରୁ ବାଚସ୍ପତିଙ୍କ ରୁଲିଂ ପ୍ରତ୍ୟାହାର ଦାବିରେ ଅଡି ବସିଥିଲେ ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟ । ଫଳରେ ଗୃହକୁ ପ୍ରଥମେ ଦିନ ସାଢ଼େ ୧୧ଟା ଯାଏଁ ମୁଲତବୀ ଘୋଷଣା କରାଯାଇଥିଲା । ପରେ ସାଢ଼େ ୧୧ଟାରେ ଗୃହ ଚାଲିଥିଲା । କିନ୍ତୁ ୪ ମିନିଟ୍ ଚାଲିବା ପରେ ପୁଣି ବାଚସ୍ପତିଙ୍କ ରୁଲିଂକୁ ବିରୋଧ କରି କଂଗ୍ରେସ ଓ ବିଜେପି ବିଧାୟକମାନେ ଗୃହର ମଧ୍ୟ ଭାଗକୁ ଆସି ହୋହାଲ୍ଳା କରିଥିଲେ । ଫଳରେ ଗୃହ କାର୍ଯ୍ୟ ସୁରୁଖୁରୁରେ ଚାଲିପାରିନଥିଲା । ବିରୋଧୀଙ୍କ ହଙ୍ଗମା ଯୋଗୁଁ ଗୃହକୁ ୩ଟା ଯାଏଁ ବାଚସ୍ପତି ମୁଲତବୀ ଘୋଷଣା କରିଛନ୍ତି ।
BREAKING NEWS
- Heartbroken Vaibhav Sooryavanshi: ଭୋ ଭୋ କାନ୍ଦିଲେ ବୈଭବ, ସହିପାରିଲେନି ହାର
- ବୈଭବ ସୂର୍ଯ୍ୟବଂଶୀଙ୍କ ଖୁବ୍ ପ୍ରଶଂସା କଲେ ଅମିତାଭ ବଚ୍ଚନ, କହିଲେ…
- ଅପରେସନ ସିନ୍ଦୂର ଦେଖାଇଥିଲା ଭାରତ ସହ ଲାଗିଲେ କଣ ହୁଏ: ଆର୍ମି ଚିଫ୍
- US War Secretary praised India’s military: ଶକ୍ତିଶାଳୀ ହେଉଛି ଭାରତୀୟ ସେନା, ପ୍ରଶଂସାରେ ପୋତିଲେ ଆମେରିକାର ପ୍ରତିରକ୍ଷା ସଚିବ
- Karnataka CLP meeting: ୪ ଉପମୁଖ୍ୟମନ୍ତ୍ରୀ ନେଇ ରାଜି ନାହାନ୍ତି ଶିବକୁମାର! ଆଜି ହୋଇପାରେ ବଡ ନିଷ୍ପତ୍ତି…
- କାରକୁ ୫୦୦ ମିଟର ଯାଏଁ ଘୋଷାଡି ନେଲା ହାଇୱା, ଅଳ୍ପକେ ବର୍ତ୍ତିଲେ
- ଝାରସୁଗୁଡାରେ ଏନକାଉଣ୍ଟର, କୁଖ୍ୟାତ ଅପରାଧୀ ଜୟ ଚୌହାନ ଆହତ
- ଆଜିଠୁ ଓଡ଼ିଶାରେ ଏସ୍ଆଇଆର୍, ଜୁନ୍ ୨୮…
- ଆପରେଣ୍ଟିସିପ୍ ଏମ୍ବେଡେଡ଼ ଡିଗ୍ରୀ ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟା ଆରମ୍ଭ
- ଗିଲଙ୍କ ଶତକ, ତୃତୀୟ ଥର ପାଇଁ ଗୁଜରାଟ ଫାଇନାଲରେ
Comments are closed.