ଭୁବନେଶ୍ୱର: ଆସନ୍ତା ୨୮ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ୨୮ରେ ରାଜ୍ୟ ବିଜେପି ପକ୍ଷରୁ ହେବାକୁ ଥିବା ସିଏଏ ସମର୍ଥନ ସଭାରେ ସେ ଯୋଗ ଦେବେ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ଗୃହ ମନ୍ତ୍ରୀ ହେବା ପରେ ଅମିତ ଶାହାଙ୍କ ଏହା ପ୍ରଥମ ଓଡ଼ିଶା ଗସ୍ତ ।
ନାଗରିକ ସଂଶୋଧନ ଆଇନ୍ ସମର୍ଥନରେ ଭୁବନେଶ୍ୱର ବରମୁଣ୍ଡା ପଡିଆରେ ବିଜେପି ପକ୍ଷରୁ ଏକ ବିଶାଳ ଜନସଭାର ଆୟୋଜନ ହେବ । ଏଥିରେ ୧ ଲକ୍ଷରୁ ଅଧିକ ଲୋକେ ସାମିଲ ହେବା କାର୍ଯ୍ୟକ୍ରମ ରହିଛି । ଏଥିରେ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଯୋଗ ଦେବେ । ସେହିପରି ୨୯ ତାରିଖରେ ପୁରୀ ଶ୍ରୀମନ୍ଦିର ଓ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି ।
ନାଗରିକ ସଂଶୋଧନ ଆଇନ୍ ବା ସିଏଏ ଲୋକସଭାରେ ପାସ୍ ହେବା ପରେ ବିଜେପି ପକ୍ଷରୁ ସାରା ରାଜ୍ୟରେ ଜନସଭା କାର୍ଯ୍ୟକ୍ରମ ଚାଲିଛି । ଏଥିରେ ବିଭିନ୍ନ ନେତା ଯୋଗ ଦେଇ ସିଏଏ ସମର୍ଥନରେ ଲୋକଙ୍କୁ ସଚେତନ କରାଇବା ସହ ପଦଯାତ୍ରା ମଧ୍ୟ କରୁଛନ୍ତି ।
BREAKING NEWS
- ତାମିଲନାଡୁରେ ଭୟାବହ ଗ୍ୟାସ୍ ଲିକ୍: ଚିଙ୍ଗୁଡ଼ି ପ୍ରୋସେସିଂ କାରଖାନାରେ ୭ ମୃତ, ୩୦ରୁ ଅଧିକ ଗୁରୁତର
- ଟି୨୦ କ୍ରିକେଟରେ ହରମନପ୍ରୀତଙ୍କ ବିଶ୍ୱରେକର୍ଡ
- ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ: ଭାରତ ଜିତିଲା ତ୍ରିରାଷ୍ଟ୍ରୀୟ ସିରିଜ
- ୟଶଙ୍କ ‘ଟକ୍ସିକ୍’ର ନୂଆ ରିଲିଜ୍ ଡେଟ୍ ଘୋଷଣା, ଏହି ଫିଲ୍ମଗୁଡ଼ିକୁ ଦେବ ଟକ୍କର…
- ପୋଲିସ-ଉଗ୍ରବାଦୀ ମୁହାଁମୁହିଁ; PLFI ଟପ୍ କମାଣ୍ଡର ଆହତ, ଅନେକ ଅସ୍ତ୍ରଶସ୍ତ୍ର ଉଦ୍ଧାର
- ୪ ଦିନ ଯାଏଁ ବର୍ଷା ସହ ଘଡ଼ଘଡ଼ି ସମ୍ଭାବନା
- Newborn Theft:ମେଡିକାଲରୁ ନବଜାତ ଶିଶୁପୁତ୍ର ଚୋରି ଅଭିଯୋଗ;ଡାକ୍ତର କହିଲେ ସତ୍ୟତା ନାହିଁ
- ସହରାଞ୍ଚଳ ବିକାଶରେ ନୂଆ ଅଧ୍ୟାୟ: ଆସନ୍ତା ୨୪ରୁ ରାଜ୍ୟବ୍ୟାପୀ ‘ଜନସମ୍ପର୍କ ଓ ନାଗରିକ ଭାଗିଦାରୀ’ କାର୍ଯ୍ୟକ୍ରମ ଆରମ୍ଭ କରୁଛନ୍ତି ସରକାର
- କାରଖାନାରେ ଆମୋନିଆ ଗ୍ୟାସ ଲିକ୍: ୭ ମୃତ, ୬୭ ଜଣ ଶ୍ରମିକ ହସ୍ପିଟାଲରେ ଭର୍ତ୍ତି
- FIH Hockey Women’s Nations Cup:ହକି ନେସନ୍ସ କପ୍ ଜିଣିଲେ ଭାରତୀୟ ମହିଳା ଦଳ;ଆଗାମୀ ପ୍ରୋ ଲିଗରେ ସ୍ଥାନ କଲେ ପକ୍କା, ଶୁଭେଚ୍ଛା ଜଣାଇଲେ ମୋଦୀ

Comments are closed.