Latest Odisha News

BREAKING NEWS

୨୪୪ ରନରେ ପରାଜୟ ପରେ ଟିମ୍ ଇଣ୍ଡିଆ ନାଁରେ ଯୋଡ଼ି ହେଲା ଏହି ୪ଟି ଲଜ୍ଜାଜନକ ରେକର୍ଡ

ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୨୪୪ ରନର ବଡ଼ ପରାଜୟର ସାମ୍ନା କରିବାକୁ ପଡ଼ିଛି । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୩୩୩ ରନ୍ ସଂଗ୍ରହ କରିଥିବା ବେଳେ ଜବାବରେ ଭାରତୀୟ ଦଳ ମାତ୍ର ୮୯ ରନରେ ଅଲ୍ ଆଉଟ୍ ହୋଇଯାଇଥିଲା । ଏହି ପରାଜୟ ସହ ଟିମ୍ ଇଣ୍ଡିଆ ନାଁରେ ୪ଟି ଅଲୋଡ଼ା ରେକର୍ଡ ଯୋଡ଼ି ହୋଇଯାଇଛି । ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆ ମାଟିରେ ରନ୍ ବ୍ୟବଧାନରେ ଏହା ଭାରତର ସବୁଠାରୁ ବଡ଼ ଦିନିକିଆ ପରାଜୟ । ପୂର୍ବରୁ ୨୦୦୪ରେ ସିଡନୀଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୨୦୮ ରନରେ ପରାସ୍ତ ହୋଇଥିଲା ।

ପ୍ରଥମ ଥର ପାଇଁ ଭାରତୀୟ ଦଳ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଉଭୟ ଦିନିକିଆ ଏବଂ ଟି-୨୦ ଫର୍ମାଟରେ ୧୦୦ରୁ କମ୍ ରନରେ ଅଲ୍ ଆଉଟ୍ ହୋଇଛି । ଉଭୟ ଥର ଶ୍ରେୟସ ଆୟର ଦଳର ଅଧିନାୟକ ଥିଲେ । ନ୍ୟୁଜିଲାଣ୍ଡରେ ଏହା ଭାରତର ସବୁଠାରୁ କମ୍ ଦିନିକିଆ ସ୍କୋର । ତେବେ ନ୍ୟୁଜିଲାଣ୍ଡ ବିପକ୍ଷରେ ଏହା ଭାରତର ଦ୍ୱିତୀୟ ସର୍ବନିମ୍ନ ସ୍କୋର (ପୂର୍ବରୁ ୨୦୧୦ରେ ଡାମ୍ବୁଲାଠାରେ ଭାରତ ୮୮ ରନରେ ଅଲ୍ ଆଉଟ୍ ହୋଇଥିଲା) ।  ଦିନିକିଆ ଅଧିନାୟକ ଭାବେ ନିଜର ପ୍ରଥମ ମ୍ୟାଚ୍‌ରେ ଖାତା ନଖୋଲି (୦ ରନରେ) ଆଉଟ୍ ହେବାରେ ଶ୍ରେୟସ ଆୟର ପ୍ରଥମ ଭାରତୀୟ ଖେଳାଳି ପାଲଟିଛନ୍ତି । ପୂର୍ବରୁ ବିରାଟ କୋହଲି ଏବଂ ରୋହିତ ଶର୍ମା ଅଧିନାୟକତ୍ୱ ଡେବ୍ୟୁରେ ୨-୨ ରନ୍ କରି ଆଉଟ୍ ହୋଇଥିଲେ ।

Leave A Reply

Your email address will not be published.