ବ୍ୟୁରୋ: ନଭେମ୍ବରରେ ଜାପାନ୍ ଯାଇଥିଲେ ସାଉଥ ଷ୍ଟାର ବିଜୟ ଦେବରକୋଣ୍ଡା । ପରିବାର ସହ ଭ୍ୟାକେସନରେ ଯାଇଥିବାର କିଛି ମସ୍ତି ଆଉ ମି’ ମୋମେଂଟ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଲେଖିଛନ୍ତି ନିଜ ପସନ୍ଦରଲୋକ ବା ବିଶେଷ ଲୋକଙ୍କ ସହ ଜୀବନକୁ ଉତ୍ସବର ସହ ପାଳନ କରୁଛି । ଯେଉଁମାନେ ମୋ ଜୀବନର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ସେମାନଙ୍କ ସହ ଖୁସିର ସମୟ ବୋଲି ଲେଖିଛନ୍ତି ବିଜୟ । ପତ୍ନୀ ତଥା ଅଭିନେତ୍ରୀ ରଶ୍ମିକାଙ୍କ ସହ କାନଭାସରେ କଲର କରୁଥିବାର ଫଟୋ, ଏକାଠି କଫି ପିଉଥିବାର ଫଟୋ, ମା ପୁଅ ବଣ୍ଡିଂର ଫଟୋ ଯେଉଁଥିରେ ବିଜୟ ଓ ତାଙ୍କ ମା ରଶ୍ମିକାଙ୍କ ସିଗନେଚର ହାର୍ଟ ଗେସଚର କରୁଥିବାର ନଜର ଆସିଥିଲେ । ଏମିତି ଅନେକ ଫ୍ୟାମିଲି ଟାଇମର ଫଟୋ ସେୟାର କରିଛନ୍ତି ବିଜୟ ।
ନଭେମ୍ବରରେ ବିଜୟ ତାଙ୍କ ବାପା , ମା, ସାନ ଭାଇ ଆନନ୍ଦ ଦେବରକୋଣ୍ଡା ଓ ପତ୍ନୀ ରଶ୍ମିକାଙ୍କ ସହ ଜାପାନ ଛୁଟିରେ ଯାଇଥିଲେ । ଯାହାର ସୁନ୍ଦର ଓ ଫ୍ୟାମିଲି ଟାଇମ ଫଟୋ ସେୟାର କରିଛନ୍ତି ବିଜୟ । ନିକଟରେ ବିଜୟଙ୍କ ରାଣାବଲୀ ଫିଲ୍ମ ରିଲିଜ୍ ହୋଇଥିଲା । ଫେବ୍ରୁଆରୀ ୨୬ରେ ବିଜୟ ଓ ରଶ୍ମିକା ଉଦୟପୁରରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ।
