Latest Odisha News

BREAKING NEWS

ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଲେ ତେଲକୋଇ ଦୁଷ୍କର୍ମ ପୀଡିତା

କେନ୍ଦୁଝର: ତେଲକୋଇ ଥାନା ଅଞ୍ଚଳରେ ଘଟିଥିବା ଦୁଷ୍କର୍ମ ଘଟଣା। ଶେଷରେ ଆଖି ବୁଜିଛନ୍ତି ପୀଡ଼ିତା। ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଲେ ଦୁଷ୍କର୍ମ ପୀଡ଼ିତା। ଗୁରୁତର ଅବସ୍ଥାରେ SCB ସ୍ଥାନାନ୍ତର ହୋଇଥିଲେ। ଗତ ୧୦ ତାରିଖରେ ହୋଇଥିଲା ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ। ସାପ୍ତାହିକ ହାଟକୁ ଯାଇଥିବା ମହିଳା ଘରକୁ ନଫେରିବାର ଦିନକ ପରେ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିଲେ।

ଏହି ଘଟଣାକୁ ନେଇ ଅଞ୍ଚଳରେ ଉଦ୍‌ବେଗ ପ୍ରକାଶ ପାଇଛି । ପରିବାର ପକ୍ଷରୁ ଏତଲା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଅଭିଯୋଗ ଅନୁଯାୟୀ, ଗତ ୧୦ ତାରିଖରେ ମହିଳା ଜଣକ ଗାଁ ନିକଟସ୍ଥ ସାପ୍ତାହିକ ହାଟକୁ ସଉଦା କିଣିବା ପାଇଁ ଯାଇଥିଲେ । ହେଲେ ଆଉ ଘରକୁ ଫେରିନଥିଲେ । ପରଦିନ ଏକ ଗଛ ମୂଳରୁ ତାଙ୍କୁ ଗୁରୁତର ଅବସ୍ଥାରେ ଠାବ କରାଯାଇଥିଲା । ପରିବାର ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।

ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା, କିନ୍ତୁ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ ଅଧିକ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ପୀଡ଼ିତା ଜଣକ ଶେଷରେ ଆଖି ବୁଜିଛନ୍ତି। ଅନ୍ୟପଟେ ଦୁଷ୍କର୍ମ ଅଭିଯୋଗକୁ ନେଇ ପୋଲିସ ତଦନ୍ତ ଚଳାଇଛି। ଜଣେ ଅସହାୟ ଆଦିମ ଜନଜାତି ସମ୍ପ୍ରଦାୟର ମହିଳାଙ୍କୁ ନ୍ୟାୟ ମିଳିବା ସହ ଘଟଣାରେ ଦୋଷୀଙ୍କ ବିରୋଧରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବାକୁ ଦାବି ଉଠିଛି।

Leave A Reply

Your email address will not be published.