Latest Odisha News

BREAKING NEWS

କିଟ୍‍ ରୁରାଲ୍‍ ମ୍ୟାନେଜମେଣ୍ଟ ସ୍କୁଲ୍‍ର ୨୦ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: କିଟ୍‍ ସ୍କୁଲ ଅଫ୍ ରୁରାଲ୍ ମ୍ୟାନେଜମେଣ୍ଟ (କେଏସ୍‍ଆରଏମ୍‍)ର ୨୦ତମ ପ୍ରତିଷ୍ଠା ଦିବସ ଶୁକ୍ରବାର ପାଳିତ ହୋଇଯାଇଛି।

ଦୀର୍ଘ ୨୦ ବର୍ଷ ତଳେ ୨୦୦୬ ମସିହାରେ ଶ୍ୱେତ ବିପ୍ଳବର ଜନକ ପଦ୍ମ ବିଭୂଷଣ ଡ ଭର୍ଗିଜ କୁରିଏନ୍‍ ଏବଂ ଓଡ଼ିଶା ସରକାରଙ୍କ ତତ୍‍କାଳୀନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଦ୍ୱାରା ଏହାର ଉଦ୍‍ଘାଟନ ହୋଇଥିଲା। ଓଡ଼ିଶାର ଗ୍ରାମାଞ୍ଚଳରେ କୃଷି ଓ କୃଷକଙ୍କ ବିକାଶ କିପରି ହୋଇପାରିବ ତା ଉପରେ ବ୍ୟାପକ କାର୍ଯ୍ୟ କରିବା ଏଭଳି ଏକ ଅନୁଷ୍ଠାନ ପ୍ରତିଷ୍ଠା ହେବାର ମୂଳ ଲକ୍ଷ୍ୟ ଥିଲା। ଏହାକୁ ଦୃଷ୍ଟିରେ ରଖି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଡ. କୁରିଏନ୍‍ଙ୍କ ପରାମର୍ଶ କ୍ରମେ କିଟ୍‍ ରୁରାଲ ମ୍ୟାନେଜମେଣ୍ଟ ସ୍କୁଲ୍‍ର ଆରମ୍ଭ କରିଥିଲେ।

କାର୍ଯ୍ୟକ୍ରମରେ ଭର୍ଗିସ୍ କୁରିଏନ୍‌ଙ୍କ ଝିଅ ନିର୍ମଳା କୁରିଏନ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପିତାଙ୍କ ସ୍ମୃତିଚାରଣ କରିଥିଲେ। ୨୦୦୬ ମସିହାରେ ଡ. ସାମନ୍ତ ଓ ମୋ ବାପା ଡ. ବର୍ଗିସ୍ କୁରିଏନ୍ ଏକ ସମାନ ଲକ୍ଷ୍ୟ ନେଇ କିଟ୍‍ ସ୍କୁଲ ଅଫ୍ ରୁରାଲ୍ ମ୍ୟାନେଜମେଣ୍ଟର ସ୍ଥାପନା କରିଥିବା ପ୍ରକାଶ କରିଥିଲେ। ଗ୍ରାମୀଣ ଭାରତର ବିକାଶରେ ଯୋଗଦାନ ଦେଇପାରିବା ଭଳି ଏକ ନୂତନ ପିଢ଼ିର ପେସାଦାର ସୃଷ୍ଟି କରିବା ଥିଲା ଏହାର ମୁଖ୍ୟ ଉଦ୍ଦେଶ୍ୟ। ମୋ ବାପାଙ୍କ ଦୂରଦୃଷ୍ଟିର ଅନ୍ୟତମ ପ୍ରମୁଖ ଦିଗ ଥିଲା ମହିଳା ସଶକ୍ତୀକରଣ। ସେ ଦୁଗ୍ଧ ଉତ୍ପାଦକ ସମବାୟ ଆନ୍ଦୋଳନରେ ମହିଳାମାନଙ୍କ ଅଧିକରୁ ଅଧିକ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିଥିଲେ।

କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ନିର୍ମଳା କୁରିଏନ୍ ଓ ବି.ଆର ମଲ୍ଲିକ ତଥା ଉପସ୍ଥିତ ରୁରାଲ ମ୍ୟାନେଜମେଣ୍ଟ ପୁରାତନ ଓ ନୂତନ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଜଣାଇବା କହିଛନ୍ତି ଯେ, ଇତି ମଧ୍ୟରେ ୨୦ ବର୍ଷରେ କିଟ୍‍ ରୁରାଲ ମ୍ୟାନେଜମେଣ୍ଟ ସ୍କୁଲ୍‍ ପାଦ ଥାପିଥିବା ବେଳେ ଏହି ସ୍କୁଲରୁ ୧୮ଟି ବ୍ୟାଚ୍‍ ପାସ୍‍ଆଉଟ୍‍ ହେଲେଣି । ଗ୍ରାମୀଣ ଭାରତ, ବିଶେଷକରି ଗ୍ରାମୀଣ ଓଡ଼ିଶାର ବିକାଶ ଓ ଅର୍ଥନୀତିକୁ ସୁଦୃଢ଼ କରିବାରେ କିଟ୍‍ ରୁରାଲ୍ ମ୍ୟାନେଜମେଣ୍ଟର ସ୍କୁଲ୍‍ର ଅବଦାନ ଉଲ୍ଲେଖନୀୟ। ଏଠାରୁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନେ ରାଜ୍ୟ ତଥା ଦେଶର ବିଭିନ୍ନ କ୍ଷେତ୍ରରେ ସଫଳତାର ସହ କାର୍ଯ୍ୟ କରୁଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ଜିସିଏମ୍‌ଏମ୍‌ଏଫ୍ ପୂର୍ବାଞ୍ଚଳ ଡିଭିଜନାଲ୍ ମ୍ୟାନେଜର ଡିଭିଜନାଲ୍ ମ୍ୟାନେଜର ବି ଆର୍‍ ମଲ୍ଲିକ୍‍, କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ୍ ସିଂହ, ଉପକୁଳପତି ତଥା ତଥା କୁଳସଚିବ ପ୍ରଫେସର ଜ୍ଞାନରଞ୍ଜନ ମହାନ୍ତି,  କେଏସ୍‌ଆରଏମ୍ ନିର୍ଦ୍ଦେଶକ, ପ୍ରଫେସର ସର୍ବେଶ୍ୱର ମହାନ୍ତି ଓ ଡିନ୍‍ ୍‍କେଏସ୍‌ଆରଏମ୍ ଡିନ୍‍ ପ୍ରଫେସର ସୁକୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଡ. ଭର୍ଗିଜ୍ କୁରିଏନ୍‌ଙ୍କ ସ୍ମୃତିରେ ଏକ ସେମିନାର ହଲ ଉଦ୍‌ଘାଟିତ ହୋଇଥିଲା। ସେହିପରି ୨୦୦୯ରୁ ୨୦୨୬ ମଧ୍ୟରେ ସଫଳତା ହାସଲ କରିଥିବା ସ୍ୱର୍ଣ୍ଣପଦକ ବିଜେତାଙ୍କୁ ନେଇ କେଏସ୍‍ଆରଏମ୍‍ ଅନର ରୋଲ୍ ମଧ୍ୟ ଉଦ୍‌ଘାଟନ କରାଯାଇଥିଲା।

 

Leave A Reply

Your email address will not be published.