Latest Odisha News

BREAKING NEWS

ଦୃଷ୍ଟିଶକ୍ତି କମ୍ ହୋଇ ଯାଇଥିଲେ ଆଜିଠୁଁ ଖାଇବା ଆରମ୍ଭ କରନ୍ତୁ ଏହି ପରିବା !

ଭୁବନେଶ୍ୱର: ଯଦି ଆପଣଙ୍କ ଦୃଷ୍ଟି ଶକ୍ତି କମ୍ ହୋଇଯାଇଥିବା ଆପଣ ଅନୁଭବ କରୁଛନ୍ତି, ତେବେ ଆଦୋୖ ଚିନ୍ତା କରନ୍ତୁ ନାହିଁ ।

ଆଜି ଆମେ ଆପଣଙ୍କୁ ଏଭଳି ଏକ ପାରିବା ସମ୍ପର୍କରେ କହିବୁ ଯାହାକୁ ନିୟମିତ ସେବନ ଦ୍ୱାରା ଆପଣଙ୍କ ଦୃଷ୍ଟି ଶକ୍ତି ଠିକ ହୋଇଯିବ ।

ଗାଜର ଶରୀର ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ଗାଜରରେ ପୋଷକ ତତ୍ତ୍ବ, ଭିଟାମିନ-ଏ ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଥିବାରୁ ତାହା ଶରୀର ପାଇଁ ଲାଭଦାୟକ ରହିଥାଏ।

ପ୍ରତିଦିନ ଗୋଟିଏ ଗାଜର ଖାଇଲେ ସୌନ୍ଦର୍ଯ୍ୟ ବୃଦ୍ଧି ଘଟେ। ଏହାଛଡା ଗାଜର ଦୃଷ୍ଟିଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ।

ଗାଜରରେ ଥିବା ଲ୍ୟୁଟିନ ଓ ଲାଇକୋପିନ ଦୃଷ୍ଟିଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ। ଗାଜରରେ ଫାଇବର ପର୍ଯ୍ୟାପ୍ତ ପରିମାଣରେ ଥିବାରୁ ଶରୀରରେ ଓଜନ ହ୍ରାସ ଘଟେ।

ଗାଜର ଖାଇବା ଦ୍ୱାରା ଶରୀରରେ କ୍ୟାଲସିୟମ ମାତ୍ରା ବୃଦ୍ଧି ହୋଇଥାଏ। ରକ୍ତକୁ ସଫା ରଖିବାରେ ଗାଜର ଅତି ଉପକାରୀ ହୋଇଥାଏ।

Comments are closed.