Latest Odisha News

BREAKING NEWS

କେନ୍ଦ୍ରୀୟ ରେଳମଣ୍ଡଳରେ ଆଧୁନିକୀକରଣ କାର୍ଯ୍ୟ; ୭ଘଣ୍ଟା ବିଳମ୍ବରେ ଚାଲୁଛି କୋଣାର୍କ ଏକ୍ସପ୍ରେସ

ଭୁବନେଶ୍ୱର: ଭୁବନେଶ୍ୱର-ମୁମ୍ବାଇ ସିଏସଏମଟି କୋଣାର୍କ ଏକ୍ସପ୍ରେସ ୭ଘଣ୍ଟାରୁ ଅଧିକ ସମୟ ବିଳମ୍ବରେ ଚାଲୁଅଛି ଏବଂ ଏହା ରାତି ୧୧ଟାରେ ଭୁବନେଶ୍ୱର ରେଳ ଷ୍ଟେସନରୁ ପ୍ରସ୍ଥାନ କରିବ ।

ରେଳବାଇ ସୂତ୍ରରୁ ଜଣାପଡିଛି ଯେ, କୋଣାର୍କ ଏକ୍ସପ୍ରେସ ଭୁବନେଶ୍ୱର ରେଳ ଷ୍ଟେସନରୁ ଦ୍ୱିପହର ୩ଟା ୨୫ ମିନିଟରେ ପ୍ରସ୍ଥାନ କରିବାର ଥିଲା । କିନ୍ତୁ କେନ୍ଦ୍ରୀୟ ରେଳବାଇ କ୍ଷେତ୍ରାଧିକାରରେ ରେଲୱେର ସୁରକ୍ଷା ସମ୍ବନ୍ଧିତ ଆଧୁନିକୀକରଣ କାର୍ଯ୍ୟ ପାଇଁ ଟ୍ରେନର ସମୟକୁ ପୁନଃ ନିର୍ଦ୍ଧାରିତ କରାଯାଇଛି ।

Comments are closed.