ଭୁବନେଶ୍ୱର: କରୋନାଭାଇରସ୍ ଦିନକୁ ଦିନ ମାରାତ୍ମକ ରୂପ ନେଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଦୁଇଟି ପ୍ଲାନେଟୋରିୟମ୍ ଏବଂ ସଂଗ୍ରହାଳୟ ବନ୍ଦ କରିବାକୁ ଓଡିଶା ସରକାର ନିର୍ଦ୍ଦେଶ ଦେଇଛନ୍ତି।
ଗଣମାଧ୍ୟମକୁ ସୂଚନା ଦେଇ ଶନିବାର ଦିନ ପଠାଣୀ ସାମନ୍ତ ପ୍ଲାନେଟୋରିୟମର ଡେପୁଟି ଡାଇରେକ୍ଟର ସୁଭେନ୍ଦୁ ପଟ୍ଟନାୟକ କହିଛନ୍ତି ଯେ ଭୁବନେଶ୍ୱରରେ ପ୍ଲାନେଟୋରିୟମ୍ ଏବଂ ବୁର୍ଲାର ଏପିଜେ କଲାମ ପ୍ଲାନେଟୋରିୟମ ବନ୍ଦ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ ନୟାଗଡ଼ ଜିଲ୍ଲାର ଖଣ୍ଡପଡା ଠାରେ ଥିବା ପଠାଣୀ ସାମନ୍ତ ସଂଗ୍ରହାଳୟ ମଧ୍ୟ ବନ୍ଦ ରହିବ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଦୁଇଟି ପ୍ଲାନେଟୋରିୟମ୍ ଏବଂ ସଂଗ୍ରହାଳୟ କେବେ ଖୋଲାଯିବ, ସେନେଇ ପରେ ତାରିଖ ନିର୍ଦ୍ଧାରିତ କରାଯିବ ।
ସେହିପରି କେନ୍ଦ୍ରୀୟ ପ୍ରାଣୀ ଉଦ୍ୟାନ ପ୍ରାଧିକରଣ ଭୁବନେଶ୍ୱରର ନନ୍ଦନକାନନ ପ୍ରାଣୀ ଉଦ୍ୟାନ ସମେତ ଦେଶର ସମସ୍ତ ପ୍ରାଣୀ ଉଦ୍ୟାନ ଏବଂ ଜୁଲୋଜିକାଲ୍ ପାର୍କର କର୍ତ୍ତୃପକ୍ଷଙ୍କୁ ସମସ୍ତ ପରିଦର୍ଶକଙ୍କ ପୁଙ୍ଖାନୁପୁଙ୍ଖ ସ୍କ୍ରିନିଂ କରିବା ଏବଂ ପ୍ରାଣୀ ଉଦ୍ୟାନରେ ଉପଯୁକ୍ତ ପରିମଳ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
Comments are closed.