Latest Odisha News

BREAKING NEWS

ଜନତା କର୍ଫ୍ୟୁ ପ୍ରଭାବ: ୩ ବର୍ଷ ମଧ୍ୟରେ ସବୁଠୁ ସ୍ୱଚ୍ଛ ପବନରେ ନିଶ୍ୱାସ ନେଲେ ଦିଲ୍ଲୀବାସୀ

ନୂଆଦିଲ୍ଲୀ: ମାରାତ୍ମକ କରୋନା ଭାଇରସର ସଂକ୍ରମଣ ଉପରେ ଅଙ୍କୁଶ ଲଗାଇବା ପାଇଁ ରବିବାର ୨୨ ମାର୍ଚ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବ୍ୟାପି ଜନତା କର୍ଫ୍ୟୁର ଆହ୍ୱାନ ଦେଇଥିଲେ।

ଏହାକୁ ସଫଳତାର ସହ ଦେଶବାସୀ ପାଳନ କରିଛନ୍ତି । ଦେଶ ମୁଖିଆଙ୍କ କଥା ମାନି ଏହି ମାରାତ୍ମକ ରୋଗ ଉପରର ଅଙ୍କୁଶ ଲଗାଇବା ପାଇଁ ରବିବାର ୧୪ ଘଣ୍ଟା ଯାଏଁ ସାରଦେଶ ନିଜକୁ ଘର ମଧ୍ୟରେ ଆବଦ୍ଧ କରି ରଖିଥିଲା ।

ଏହା ଯୋଗୁ ରାସ୍ତାଘାଟରେ କୌଣସି ଗାଡି ମୋଟର ଦେଖିବାକୁ ମିଳିନଥିଲା। ଯାହାର ବହୁତ ବଡ଼ ପ୍ରଭାବ ଦେଖିବାକୁ ମିଳିଛି ରାଜଧାନୀ ଦିଲ୍ଲୀରେ ।

ଜନତା କର୍ଫ୍ୟୁକୁ ସାରା ଦେଶ ସହ ରାଜଧାନୀ ଦିଲ୍ଲୀ ବାସୀ ମଧ୍ୟ ପାଳନ କରିଥିଲେ । ଯାହାର ପ୍ରଭାବରେ ଦିଲ୍ଲୀ ସଡ଼କରେ କାଁ ଭାଁ ଗାଡି ଟିଏ ଦେଖିବାକୁ ମିଳିଥିଲା ।

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଡାକ୍ତର ପ୍ରଶାନ୍ତ ଭର୍ଗାଭା ଦେଇଥିବା ରିପୋର୍ଟ ଅନୁଯାୟୀ ଜନତା କର୍ଫ୍ୟୁ ପ୍ରଭାବରେ ୧୧୪ ଟି ସହର ମଧ୍ୟରୁ ୧୦ ଟି ସହରରେ ବାୟୁ ଗୁଣବତ୍ତା ଭଲ ଥିଲା । ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ ୧୮୩ ରେ ରହିଥିଲା, ଯାହା ୩ ବର୍ଷ ମଧ୍ୟରେ ସର୍ବୋତ୍ତମ ରହିଥିଲା ।

ସାଧାରଣ ଦିନରେ ଦିଲ୍ଲୀର ବାୟୁରେ ନିଶ୍ୱାସ ମାଧ୍ୟମରେ ଫୁସଫୁସରେ ପ୍ରବେଶ କଲାବେଳେ ତାହା ସ୍ୱାସ୍ଥ୍ୟକୁ ନଷ୍ଟ କରିଦିଏ ।ଏହା କାଶ ଏବଂ ଆଜମା ବୃଦ୍ଧି କରିଥାଏ । କିନ୍ତୁ ଦିଲ୍ଲୀରେ କର୍ଫ୍ୟୁ ପରର ବାୟୁମଣ୍ଡଳରେ ଏକ ପ୍ରକାର ସ୍ୱଚ୍ଛତା ଆସିଥିଲା ।ଯାହା ନିହାତି ପକ୍ଷେ ଆଶ୍ଚର୍ଯ୍ୟ ଜନକ ଅଟେ ।

Leave A Reply

Your email address will not be published.