Latest Odisha News

BREAKING NEWS

କରୋନା ଭୂତାଣୁ ସତର୍କତା: ୭୮ ହଜାର ବିଦେଶୀ ଫେରନ୍ତାଙ୍କ ଉପରେ ନଜର ରଖିଛନ୍ତି ଓଡ଼ିଶା ସରକାର

ଭୁବନେଶ୍ୱର: କରୋନା ଭୂତାଣୁ ସଂକ୍ରମିତ ହେବା ପରେ ବିଶ୍ୱର ବିଭିନ୍ନ କୋଣ ଅନୁକୋଣରୁ ସମୁଦାୟ ୭୮୨୩୩ ବ୍ୟକ୍ତି ଗତ ଫେବୃଆରୀରୁ ଓଡ଼ିଶାକୁ ଆସିଛନ୍ତି । ଏହି ବିଦେଶୀ ଫେରନ୍ତାଙ୍କ ଉପରେ ରାଜ୍ୟ ସରକାର ତୀକ୍ଷଣ ନଜର ରଖିଛନ୍ତି ।

ଗଣମାଧ୍ୟମକୁ ସୂଚନାଦେଇ ବୁଧବାର ଦିନ ରାଜ୍ୟ ସରକାରଙ୍କ କୋଭିଡ୍ ୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି ଯେ, ଏହି ବିଦେଶୀ ଫେରନ୍ତାଙ୍କ ମଧ୍ୟରୁ ୧୧,୦୮୪ ଜଣ ବ୍ୟକ୍ତି ହେଉଛନ୍ତି ଗଞ୍ଜାମ ଜିଲ୍ଲାର । ସେହିପରି ଭାବେ ବାଲେଶ୍ୱର ଜିଲ୍ଲାର ୬୪୪୨ ଜଣ ବ୍ୟକ୍ତି ବିଦେଶରୁ ଫେରିଛନ୍ତି । କଳାହାଣ୍ଡିର ୪୪୪୮ ଜଣ ଏବଂ ୪୩୦୬ ଜଣ ବ୍ୟକ୍ତି ଫୁଲବାଣୀ ଜିଲ୍ଲାକୁ ଫେରିଛନ୍ତି ।

ଏହି ବିଦେଶ ଫେରନ୍ତାଙ୍କ ଉପରେ କଡ଼ା ନଜର ରଖାଯିବା ସହିତ ଗ୍ରାମପଞ୍ଚାୟତର ସରପଞ୍ଚ, ପଞ୍ଚାୟତ ସମିତି ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଏମାନଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖାଯାଉଛି । ଏପରିକି ଏହି ବ୍ୟକ୍ତିମାନେ କିପାରି ୧୪ ଦିନ କିପରି ସଂଗରୋଧ ହୋଇ ରହିବେ ସେଥିପ୍ରତି ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଉଛି ବୋଲି ଶ୍ରୀ ବାଗଚୀ କହିଛନ୍ତି ।

ଏହି ସମସ୍ତ ବ୍ୟକ୍ତିମାନେ ଯଥେଷ୍ଟ ସାମାଜିକ ଦୂରତା ରକ୍ଷା କରିବା ସହିତ ସଂଗରୋଧରେ ରହିବା ଉଚିତ୍ ଏବଂ ଆମେ କହିପାରିବା ନାହିଁ ଯେ, କେହି କରୋନା ଭୂତାଣୁ ସଂକ୍ରମିତ ନୁହେଁ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.