Latest Odisha News

BREAKING NEWS

ପୋଲିସ ହାତରୁ ଚମ୍ପଟ ମାରିଲେ ମୋଷ୍ଟ ୱାଣ୍ଟେଡ୍ ମାଓବାଦୀ

ନୂଆପଡ଼ା: ଜଣେ ମୋଷ୍ଟୱାଣ୍ଟେଡ୍ ମାଓବାଦୀ ପୋଲିସ ବଳୟ ଭିତରୁ ଖସିଯିବାକୁ ସକ୍ଷମ ହୋଇଛି । ଏହି ଘଟଣାଟି ସୋମବାର ଦିନ ନୂଆପଡ଼ା ଜିଲ୍ଲାରେ ଘଟିଥିବାର ସୂଚନା ମିଳିଛି ।

ଋିପୋର୍ଟ ଅନୁଯାୟୀ, ବରଗଡ଼-ବଲାଙ୍ଗୀର-ମହାସମୁନ୍ଦ ଡ଼ିଭିଜନର ମନୋଜ ମାଡ଼କାମି ନାମକ ଜଣେ କ୍ୟାଡ଼ରଭୁକ୍ତ ମାଓବାଦୀ ଏହି ବର୍ଷ ମେ ମାସରେ ପୋଲିସ ହାତରେ ଧରା ପଡ଼ିଥିଲା ।

ଅନେକ ହିଂସାତ୍ମକ କାର୍ଯ୍ୟକଳାପରେ ଜଡ଼ିତ ଥିବା ଏହି ମୋଷ୍ଟ ୱାଣ୍ଟେଡ୍ ମାଓବାଦୀ ର ମୁଣ୍ଡ ଲାଗି ୪ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା ।

ତେବେ ସୋମବାର ଦିନ, ପୋଲିସ ଏସଡ଼ିଜିଏମ କୋର୍ଟରେ ତାକୁ ବିଚାର ଲାଗି ହାଜର କରିବାକୁ ଆଣିଥିଲେ ।

ତେବେ ମନୋଜକୁ କୋର୍ଟକୁ ଆଣିଲାବେଳେ କୌଣଳକ୍ରମେ ୨ ଜଣ ପୋଲିସ କର୍ମଚାରୀଙ୍କୁ ଶକ୍ତ ଗୋଇଠା ମାରି କୋର୍ଟ ପରିସରର ପାଚେରୀ ଡ଼େଇଁ ଚମ୍ପଟ ମାରିଥିଲା ।

ଏହି ଘଟଣା ସମ୍ପର୍କରେ ସୂଚନା ପାଇ ନୂଆପଡ଼ା ପୋଲିସ ତୁରନ୍ତ ଘଟଣାସ୍ଥଳକୁ ଆସି ଖସିଯାଇଥିବା ମାଓବାଦୀକୁ ଧରିବାକୁ ଛାନଭିନ୍ କରିଥିଲେ ।

ଋିପୋର୍ଟ ମିଳିବା ପର୍ଯ୍ୟନ୍ତ ଚମ୍ପଟ ମାରିଥିବା ମାଓବାଦୀର କୌଣସି ପତ୍ତା ମିଳିପାରିନାହିଁ ।

ମନୋଜ ନାମରେ ଉଭୟ ଓଡ଼ିଶା ଏବଂ ଛତିଶଗଡ଼ ରାଜ୍ୟର ବିଭିନ୍ନ ପୋଲିସ ଥାନାରେ ଏକାଧିକ ଅପରାଧିକ ମାମଲା ରହିଛି ।

Leave A Reply

Your email address will not be published.