Latest Odisha News

BREAKING NEWS

ବେଙ୍ଗାଲୁରୁ ଲକ୍‌-ଡାଉନ୍‌: ପ୍ରଥମେ ଗିରଫ, ପରେ ଗୁଳିମାଡ !

ବେଙ୍ଗାଲୁରୁ: ବେଙ୍ଗାଲୁରୁ ପୋଲିସ ଗୁଳିରେ ଆହତ ୨୬ ବର୍ଷୀୟ ଯୁବକ । ପ୍ରଥମେ ଲକ୍‌-ଡାଉନରେ ଗିରଫଦାରୀ, ପରେ ପୋଲିସକୁ ନାଲି ଆଖି । ଖସି ଚାଲିଯିବାକୁ ଉଦ୍ୟମ ବେଳେ ପୋଲିସ ଗୁଳିମାଡରେ ଅଭିଯୁକ୍ତ ଆହତ ।

ଅଭିଯୁକ୍ତ ତେଜୁଦ୍ଦିନ୍ । ଲକ୍‌-ଡାଉନ୍‌ରେ ନିଜ ସାଥିମାନଙ୍କ ସହ କରୁଥିଲା ବାଇକ୍ ଷ୍ଟଣ୍ଟ । ପୋଲିସ ଅଟକାଇବାରୁ ଭୁପ୍‌ସାଣ୍ଡ୍ରା ଚେକ୍‌ପୋଷ୍ଟ ଭାଙ୍ଗି ଖସିପଳାଇବାକୁ ଚେଷ୍ଟା କରିଥିଲା । ପଚରାଉଚରା ବେଳେ ନିଜ ସାଥିମାନଙ୍କ ସହ ମିଶି ପୋଲିସ ଉପରକୁ ହାତ ଉଠାଇବା ସହ ଇଟା ଓ ପଥର ମାଡ ବି କରିଥିଲା ।

ଏହି ଘଟଣା ବୁଧବାର ଦିନ ଘଟିଥିଲାବେଳେ ଗୁରୁବାର ଦିନ ଅଭିଯୁକ୍ତକୁ ଘଟଣାସ୍ଥଳକୁ ନେଇ ପ୍ରମାଣ ଖୋଜୁଥିଲା ପୋଲିସ । ଏତିକିବେଳେ ଜଣେ ମହିଳା ଓ ପୁରୁଷ ପୋଲିସକୁ ଆହତ କରି ତେଜୁଦ୍ଦିନ ଖସିଯିବାକୁ ଚେଷ୍ଟା କରିଥିଲା ।

ଚେତାବନୀ ସ୍ୱରୁପ ପୋଲିସ ପ୍ରଥମେ ଫାଙ୍କା ଗୁଳିଚାଳନା କରିଥିଲା । ହେଲେ ତେଜୁଦ୍ଦିନ ଖସିଯିବା ଦେଖି ତା ବାମ ଗୋଡକୁ ପୋଲିସ ଲକ୍ଷ ସାଧିଥିଲା ।

ଆହତ ଅଭିଯୁକ୍ତ ଏବେ ବାପ୍ଟିଷ୍ଟ ହସ୍ପିଟାଲରେ ଚିକିତ୍ସାଧିନ ଥିଲାବେଳେ ଏକ ଟୁଇଟ୍ ଜରିଆରେ ବେଙ୍ଗାଲୁରୁ ପୋଲିସ ସମସ୍ତ ଘଟଣା ପ୍ରକାଶ କରିଛି ।

 

Leave A Reply

Your email address will not be published.