Latest Odisha News

BREAKING NEWS

କରୋନା ସଙ୍କଟ: ବିନା ପରୀକ୍ଷାରେ କ୍ଲାସ ପ୍ରମୋସନ ଦେବାକୁ ଓଡିଶା ସରକାରଙ୍କ ବିଚାର

ଭୁବନେଶ୍ୱର: ଲକଡାଉନ ଅବଧି ଶେଷ ହେବା ପରେ ସ୍ଥିତିର ସମୀକ୍ଷା କରାଯାଇ ସମସ୍ତ ପରୀକ୍ଷାକୁ ପୁନଃ ନିର୍ଦ୍ଧାରିତ କରାଯିବ ଏବଂ ପରୀକ୍ଷା ଆୟୋଜନ କରିବାର ନିଷ୍ପତ୍ତି ନିଆଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଶୁକ୍ରବାର ଦିନ କହିଛନ୍ତି ।

ସ୍କୁଲ ଓ ଗଣଶିକ୍ଷା ବିଭାଗର ସୂତ୍ର ଅନୁଯାୟୀ, ପ୍ରଥମ ଶ୍ରେଣୀରୁ ନବମ ଶ୍ରେଣୀର ଛାତ୍ରଛାତ୍ରୀ ବିନା ପରୀକ୍ଷାରେ ପରବର୍ତ୍ତୀ ଶ୍ରେଣୀକୁ ଉନ୍ନୀତ ହେବାର ସମ୍ଭାବନା ରହିଛି । ପରିସ୍ଥିତି ସାମନ୍ୟ ହେଲେ ମାଟ୍ରିକ ଖାତା ମୂଲ୍ୟାୟନ ଓ ଫଳାଫଳ ଘୋଷଣାକୁ ଅଗ୍ରାଧିକାର ଦିଆଯିବ ।

ରାଜ୍ୟରେ ମାର୍ଚ୍ଚ ୧୩ରେ ବନ୍ଦ ହୋଇଥିବା ସ୍କୁଲକୁ ଖୋଲିବାର ଯୋଜନା କରୁଛନ୍ତି ଓଡିଶା ସରକାର । ପୂର୍ବରୁ ସ୍କୁଲ ଗୁଡିକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ କରିବାର ଘୋଷଣା କରାଯାଇଥିଲା । ପ୍ରଧାନମନ୍ତ୍ରୀ ଦେଶରେ ୨୧ ଦିନିଆ ଲକଡାଉନ ଘୋଷଣା କରିବା ପରେ ଏହାକୁ ବଢ଼ାଇ ଏପ୍ରିଲ ୧୪ କରାଯାଇଛି । ମେ ମାସରେ ଆରମ୍ଭ ହେବାକୁ ଥିବା ଖରା ଛୁଟିକୁ ଆଖି ଆଗରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା ସୂତ୍ରରୁ ଜଣାପଡିଛି ।

Leave A Reply

Your email address will not be published.