ବୁଗୁଡା – ବୁଗୁଡା ବନାଞ୍ଚଳର କୈଳାସ ନଗର ନିକଟ କିରିଆମ୍ବା ୧୦ନମ୍ବର ସଂରକ୍ଷଣ ଜଙ୍ଗଲରେ ଶିକାର ଉଦ୍ୟମ କରୁଥିବା ବେଳେ ବନ ବିଭାଗ ପକ୍ଷରୁ ଚଢାଉ କରି ଜଣଙ୍କୁ ଗିରଫ କରାଯାଇଛି । ଏଥି ସହ ଅନ୍ୟ ଦୁଇ ଜଣ ଫେରାର ହୋଇଯାଇଛନ୍ତି । ଏ ନେଇ ଏକ ମାମଲା ରୁଜୁ କରାଯାଇଛି ।
ଜଙ୍ଗଲରେ ବିଦ୍ୟୁତ ଫାଶ ପକାଇ ଶିକାର କରିବାକୁ ଯୋଜନା କରୁଥିବା ବନବିଭାଗ ଖବର ପାଇ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବୁଗୁଡା ବନଖଣ୍ଡ ଅଧିକାରୀଙ୍କୁ ଖବର ଦେଇଥିଲେ । ବୁଗୁଡା ବନାଞ୍ଚଳ ଅଧିକାରୀ ଫକୀର ଚରଣ ବେହେରାଙ୍କ ନେତୃତ୍ୱରେ ଏକ ଟିମ୍ ଗୁରୁବାର ବିଳମ୍ବିତ ରାତିରେ ଘଟଣାସ୍ଥଳରେ ପହଞ୍ଚିଥିଲେ । ବିଦ୍ୟୁତ ତାର ପକାଇ ଶିକାର ପାଇଁ ଅପେକ୍ଷା କରିଥିବା ବେଳେ ଭୁଲା ନାୟକ ନାମକ ଜଣେ ଯୁବକକୁ ଗିରଫ କରିଥିଲେ । ତାଙ୍କ ସହ ସେଠାରେ ଥିବା ସନ୍ତୋଷ ନାୟକ ଓ ଟିକିନା ନାୟକ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ ।
ବନ ବିଭାଗ ଘଟଣାସ୍ଥଳରୁ ୨୦୦ ମିଟର ଜିଆଇ ତାର, ୨୪ ଟି କାଚ ବୋତଲ,୨୪ ଟି ବାଉଁଶ କିଳା ଜବତ କରିଛି ।
BREAKING NEWS
- ୟୁପିରେ ବାଣ ବିବାଦକୁ ନେଇ ରଷ୍ଟ୍ରପତିଙ୍କ ଅଙ୍ଗରକ୍ଷୀଙ୍କୁ ଗୁଳିମାଡ ଘଟଣା, ଫେରାର ଅଭିଯୁକ୍ତଙ୍କୁ ଖୋଜୁଛି ପୋଲସି
- ଭୁବନେଶ୍ୱରରୁ ଦିଲ୍ଲୀ ଯିବା ବେଳେ ଓଲଟିଲା ‘ଶ୍ୟାମଳୀ’ବସ୍;ଅନେକ ଆହତ,୨ ଗୁରୁତର
- ବନ୍ଦ ହେଲା ପ୍ରସିଦ୍ଧ କେଦାରନାଥ ପୀଠ କପାଟ…
- Kolkata–Sairang Express derailed: ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା;ଇଞ୍ଜିନ୍ ସମେତ ୭ଟି ବଗି ଲାଇନ୍ଚ୍ୟୁତ; ଅନେକ ଆହତ
- Night temperatures drop:ଆଜି ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ ; ଏପଟେ ରାଜ୍ୟର ୬ ସ୍ଥାନରେ ରାତି ତାପମାତ୍ରା ୧୫ ଡିଗ୍ରୀ ତଳେ
- ମହାଭିଯୋଗର ସାମ୍ନା କରୁଥିବା ପିଟ୍ ହେଗସେଥଙ୍କ ବଡ଼ ବୟାନ; କହିଲେ ‘ନିଜ ଯୋଦ୍ଧାଙ୍କୁ ଦଣ୍ଡ ଦେଉଛି ଆମେରିକା’
- ରାମପୁର ସିଆରପିଏଫ କ୍ୟାମ୍ପ ଆକ୍ରମଣ ମାମଲାରେ ଦୋଷୀ ମହମ୍ମଦ ସରିଫକୁ ଗୁଳି କରି ହତ୍ୟା
- ଶୀତ ଆରମ୍ଭରୁ ଉତ୍ତର ଭାରତ ଓ ପାକିସ୍ତାନରେ ବଢ଼ିଲା ପ୍ରଦୂଷଣ, ମହାକାଶରୁ ଦିଶିଲା ଧୂଆଁ ଓ ଧୂଳିର ମୋଟା ଆସ୍ତରଣ
- କଲେଜ ଓ ବିଶ୍ୱବିଦ୍ୟାଳୟରେ ମିଳିବ ମାଗଣା Wi-Fi, ପ୍ରତିଦିନ ୧ ଜିବି…
- ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଲେ ଅଭିନେତ୍ରୀ ଦିବ୍ୟଙ୍କା ତ୍ରିପାଠୀ
Comments are closed.