Latest Odisha News

ଜନି ଲିଭର ପ୍ରଶଂସକଙ୍କ ମନୋବଳ ବଢ଼ାଇଲେ, ଗାଇଲେ କରୋନା ଅବ ତେରା ରୋନା ସୁରୁ

ମୁମ୍ବାଇ: କରୋନାକୁ ହରାଇବା ପାଇଁ ସମସ୍ତେ ଏକଜୁଟ ହେବାରେ ଲାଗିଛନ୍ତି । ବିଭିନ୍ନ ମାଧ୍ୟମରେ ସଚେତନତା ସୃଷ୍ଟି କରିବା ସହ କରୋନା ରୋଗରେ ଆକ୍ରାନ୍ତ ମନୋବଳ ମଧ୍ୟ ବଢ଼ାଯାଉଛି । ହାସ୍ୟ ଅଭିନେତା ଜନି ଲିଭର ମଧ୍ୟ ଏହି ଦୌଡରେ ସାମିଲ ହୋଇଛନ୍ତି । ଲକଡାଉନରେ ଘରେ ସମୟ କାଟୁଥିବା ଏହି ଅଭିନେତା ଗୀତ ମାଧ୍ୟମରେ ପ୍ରଶଂସକଙ୍କ ମନୋବଳ ବଢ଼ାଇଛନ୍ତି । ଏହି ଗୀତ ସେ ନିଜେ ଗାଇଛନ୍ତି । ‘କରୋନା ଅବ ତୁଝେ ହେ ରୋନା’ ଶୀର୍ଷକ ଗୀତ ବେଶ୍ ଲୋକପ୍ରିୟ ମଧ୍ୟ ହେଉଛି ।

ସେହିପରି ସେ ତାଙ୍କ ସୋସିଆଲ ସାଇଟରେ ନିଜ ପୋଷ୍ଟ ସହିତ ଲେଖିଛନ୍ତି କରୋନା ଭାଇରସକୁ ୱର୍ଣ୍ଣିଂ । ହମ ହିନ୍ଦୁସ୍ତାନୀ । ପୂର୍ବରୁ ସେ ଲକଡାଉନ ଅବସରରେ ଲୋକମାନଙ୍କୁ ଘରେ ରହିବା ପାଇଁ ଅନୁରୋଧ କରିଥିଲେ ।

Comments are closed.