ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁ ଏଚ ଓ) ନିଶ୍ଚିତ କରିଛି ଯେ କରୋନାଭାଇରସ୍ ସ୍ୱାଇନ ଫ୍ଲୁ ଅପେକ୍ଷା ଦଶ ଗୁଣ ଅଧିକ ମାରାତ୍ମକ ।
ସ୍ୱାଇନ ଫ୍ଲୁ ୨୦୦୯ ଜାନୁଆରୀ ରୁ ୨୦୧୦ ଅଗଷ୍ଟ ମଧ୍ୟରେ ୧୮,୪୪୮ ଜଣଙ୍କର ପ୍ରାଣ ନେଇଛି। ଏକ ଦଶନ୍ଧି ପୂର୍ବରୁ ୧.୬ ମିଲିୟନରୁ ଅଧିକ ଲୋକ ସ୍ୱାଇନଫ୍ଲୁ (ଏଚ୧ଏନ୧) ଦ୍ୱାରା ସଂକ୍ରମିତ ହୋଇଥିଲେ।
ଅନ୍ୟପକ୍ଷରେ, ଏହି ଜୀବାଣୁ ବର୍ତ୍ତମାନ ସୁଦ୍ଧା ସମଗ୍ର ବିଶ୍ୱରେ ପ୍ରାୟ ୧୧୫,୦୦୦ ଲୋକଙ୍କ ଜୀବନ ନେବା ସହ ୧.୮ ମିଲିୟନରୁ ଅଧିକ ଲୋକଙ୍କୁ ସଂକ୍ରମିତ କରିଛି।
“ଆମେ ଜାଣୁ ଯେ କୋଭିଡ-୧୯ ଦ୍ରୁତ ଗତିରେ ବ୍ୟାପିଚାଲିଛି ଏବଂ ଆମେ ଜାଣୁ ଏହା ଘାତକ ସ୍ୱାଇନ ଫ୍ଲୁ ମହାମାରୀ ଅପେକ୍ଷା ଦଶ ଗୁଣ ଅଧିକ ମାରାତ୍ମକ।
“ଆମେ ଜାଣୁ ଏହି ଭୂତାଣୁ ଜନଗହଳିପୂର୍ଣ୍ଣ ପରିବେଶରେ ଅଧିକ ସହଜରେ ବିସ୍ତାର ହୋଇପାରେ । ଆମେ ଜାଣୁ ଯେ ଏହାର ବିସ୍ତାରରେ ରୋକ ଲଗାଇବା ପାଇଁ ଏଥିରେ ସଂକ୍ରମିତ ପ୍ରାରମ୍ଭିକ ମାମଲା ଖୋଜିବା, ତାହାର ପରୀକ୍ଷା,ତାଙ୍କୁ ପୃଥକ କରିବା, ପ୍ରତ୍ୟେକ ମାମଲାର ଯତ୍ନ ନେବା ଏବଂ ପ୍ରତ୍ୟେକ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ପ୍ରତ୍ୟେକଙ୍କୁ ଅନୁସନ୍ଧାନ କରିବା ଜରୁରୀ ଅଟେ” ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଇସସ୍ କହିଛନ୍ତି।
ସେ କହିଛନ୍ତି ଯେ କେତେକ ଦେଶରେ ପ୍ରତି ତିନିରୁ ଚାରି ଦିନରେ ମାମଲା ଦ୍ୱିଗୁଣିତ ହେଉଛି। “ଯଦିଓ କୋଭିଡ୧୯ ଅତି ଦ୍ରୁତ ଗତିରେ ବଢୁଥିବା ବେଳେ ଧୀରେ ଧୀରେ ହ୍ରାସ ହୁଏ ବୋଲି ସେ କହିଛନ୍ତି ।
Comments are closed.