ନୂଆଦିଲ୍ଲୀ: କରୋନା ଭାଇରସ ନେଇ ସିଙ୍ଗାପୁର ୟୁନିଭରସିଟି ଅଫ ଟେକ୍ନୋଲୋଜି ଆଣ୍ଡ ଡିଜାଇନ (ଏସୟୁଟିଡି) ପକ୍ଷରୁ ଏକ ଗବେଷଣା କରାଯାଇଛି । ଏଥିରେ କରୋନା ଭାଇରସର ପ୍ରଭାବ କେବେ ଶେଷ ହେବ ସେ ସମ୍ପର୍କରେ ଉଲ୍ଲେଖ ରହିଛି । ରିପୋର୍ଟ ମୁତାବକ ୨୬ ନଭେମ୍ବର ସୁଦ୍ଧା ସାରା ବିଶ୍ୱରେ କରୋନା ଭାଇରସ ପ୍ରଭାବ କମିଯିବ । ୪ ସେପ୍ଟମ୍ବର ସୁଦ୍ଧା ଆମେରିକା କରୋନା ମୁକ୍ତ ହେବ ।ସବୁଠାରୁ ବଡ କଥା କରୋନାର ପ୍ରଭାବ ଭାରତରେ ୨୪ ମେ ସୁଦ୍ଧା ୯୭ ପ୍ରତିଶତ, ୧୫ ଜୁନକୁ ୯୯ ପ୍ରତିଶତ ଏବଂ ୩୧ ଜୁଲାଇ ସୁଦ୍ଧା ସମ୍ପୂର୍ଣ୍ଣ ଭାବେ ଲୋପ ପାଇବ । ଗବେଷକ ମାନେ କରୋନା ଭାଇରସର ଜୀବନଚକ୍ର ଉପରେ ଗବେଷଣା କରି ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ଆଗାମୀ ସପ୍ତାହ କରୋନା ଭାଇରସ ସଂକ୍ରମଣ ପାଇଁ ଗୁରୁତ୍ୱପୂର୍ଣ୍ଣ । ଯଦି ଲୋକମାନେ ସଚେତନ ହେବେ ତାହାହେଲେ ଏହାର ଗ୍ରୋଥ ରେଟ ସମ୍ପୂର୍ଣ୍ଣ ଭାବେ କମିଯିବ ବୋଲି ରିପୋର୍ଟରେ କୁହାଯାଇଛି ।
BREAKING NEWS
- କୋହଲି, ଅନୁଷ୍କାଙ୍କ ଆଖି ଛଳ ଛଳ ହୋଇଗଲା
- ଆମ ଆଦମୀ ପାର୍ଟି ପ୍ରାର୍ଥୀଙ୍କୁ ଭୋଟ୍ ଦେବେ କହିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ
- ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ: ସୁବର୍ଣ୍ଣପୁରର ସମସ୍ତ ମତଦାନ କେନ୍ଦ୍ର ଅଭିମୁଖେ ପୋଲିଙ୍ଗ୍ ପାର୍ଟି
- ମ୍ୟାଚ ହାରିବା ପରେ ମହେନ୍ଦ୍ର ସିଂହ ଧୋନି ଆରସିବି ଖେଳାଳିଙ୍କ ସହ ହାତ ନ ମିଳାଇ ଚାଲିଗଲେ
- ‘ଭୁଲ ରାଜନୈତିକ ବୁଝାମଣାରୁ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଠକେଇ ଅଭିଯୋଗ’, ମାମଲା ପ୍ରତ୍ୟାହାର ପାଇଁ ସତ୍ୟପାଠ
- ସ୍କ୍ରପିଓ ଗାଡିରୁ ୩ ଲକ୍ଷ ୪୦ ହଜର ଟଙ୍କା ଜବତ, ୨ ଅଟକ
- ଏୟାର ଇଣ୍ଡିଆ ବିମାନରେ ନିଆଁ
- ମମତାଙ୍କୁ ନେଇ ଅଧୀର-ଖଡଗେଙ୍କ ମଧ୍ଯରେ ବୟାନବାଜି, ଇସ୍ତଫା ଦେବେ କି ପଶ୍ଚିମବଙ୍ଗ କଂଗ୍ରେସ ମୁଖ୍ୟ?
- ଆଜି ମହାକାଶ ଯାତ୍ରା କରିବେ ପ୍ରଥମ ଭାରତୀୟ ସ୍ପେସ୍ ଟୁରିଷ୍ଟ ଗୋପୀଚାନ୍ଦ ଥୋଟାକୁରା
- ବିବାଦୀୟ ନେତା ସମୀର ଦାଶ ବଦଳାଇଲେ ଦଳ, ମୋଦୀଙ୍କୁ ରୋଡ୍ ଶୋ ପୂର୍ବରୁ ବିଜେପିକୁ ଲାଭ ନା କ୍ଷତି?