Latest Odisha News

BREAKING NEWS

ଗୋଟିଏ ଦିନରେ୧୭ ପଜିଟିଭ: ରେଡ୍ ଜୋନରେ ଗଞ୍ଜାମ

ଭୁବନେଶ୍ୱର: ରାଜ୍ୟରେ ହଠାତ ଦୁଇ ଦିନ ମଧ୍ୟରେ କରୋନା ପଜିଟିଭ୍ ମାମଲାରେ ଆକସ୍ମିକ ବୃଦ୍ଧି ଘଟିଛି । ଗୋଟିଏ ଦିନରେ ଗଞ୍ଜାମରୁ ୧୭ ସୁରତ ଫେରନ୍ତା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ପ୍ରଥମ କରି ମୟୁରଭଞ୍ଜ ଜିଲ୍ଲାରୁ ୩ ଜଣ କୋଭିଡ୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଗ୍ରୀନ ଜୋନରେ ଥିବା ଗଞ୍ଜାମ ଜିଲ୍ଲାକୁ ରେଡ୍ ଜୋନ୍ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର।

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି କୁହାଯାଇଛି ଯେ,, “ଗଞ୍ଜାମ ଜିଲ୍ଲାରେ ସଂକ୍ରମିଟଙ୍କ ହାର ହଠାତ ଦ୍ୱିଗୁଣିତ ହୋଇ ଯିବାରୁ ଏହାକୁ ରେଡ଼ ଜୋନ ଘୋଷଣା କରାଯାଇଛି ।

ମେ ୨ତାରିଖରେ ଗଞ୍ଜାମ ଜିଲ୍ଲାରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ଏଠାରେ ସଂଖ୍ୟା ୨୧ ରେ ପହଞ୍ଚିଛି। ଏମାନେ ସମସ୍ତେ ସୁରତ ଫେରନ୍ତା ବୋଲି ଜଣାପଡିଛି ।

କରୋନା ହଟସ୍ପଟ୍ ଭାବେ ଯାଜପୁର, ଭଦ୍ରକ, ବାଲେଶ୍ଵର ଏବଂ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି)କୁ ପୂର୍ବରୁ ରେଡ୍ ଜୋନ୍ ଭାବରେ ଘୋଷଣା କରାଯାଇଛି ।

ଏହା ବ୍ୟତୀତ ଜଗତସିଂହପୁର ଏବଂ ମୟୂରଭଞ୍ଜ ବର୍ତ୍ତମାନ ଅରେଞ୍ଜ ଜୋନରେ ଅଛନ୍ତି ଏବଂ ବୁଧବାର ଏହି ଦୁଇଟି ଜିଲ୍ଲାରେ ଯଥାକ୍ରମେ ଚାରି ଏବଂ ତିନୋଟି ପଜିଟିଭ ମାମଲା ଚିହ୍ନଟ ହୋଇଛି।

ଅତିରିକ୍ତ ମୁଖ୍ୟ ଶାସନ ସଚିବ (ସ୍ୱାସ୍ଥ୍ୟ) ପି.କେ ମହାପାତ୍ର ସମସ୍ତ କଲେକ୍ଟର ଏବଂ ମ୍ୟୁନିସିପାଲିଟି କମିଶନରଙ୍କୁ ଜୋନ୍ ବର୍ଗୀକରଣ ଅନୁଯାୟୀ ଅନୁମତି ଦିଆଯାଇଥିବା କାର୍ଯ୍ୟକଳାପକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.