Latest Odisha News

BREAKING NEWS

ମୁମ୍ବାଇରେ ୨୫୦ ପୋଲିସ୍ କରୋନା ପଜିଟିଭ୍ ଚିହ୍ନଟ: ପୋଲିସ କମିଶନର୍‌

ମୁମ୍ବାଇ: ଏପର୍ଯ୍ୟନ୍ତ ପାଖାପାଖି ୨୫୦ ଜଣ ପୋଲିସ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ସୂଚନା ପ୍ରଦାନ କରିଛନ୍ତି ମୁମ୍ବାଇ ପୋଲିସ କମିଶନର୍ ପରମ ବୀର ସିଂହ । କରୋନା ଆକ୍ରାନ୍ତ ହୋଇଥିବା ଏହି ସମସ୍ତ ପୋଲିସ କର୍ମଚାରୀମାନଙ୍କ ମଧ୍ୟରେ ଅଧିକାଂଶ ରୋଗୀଙ୍କର କୌଣସି ଲକ୍ଷଣ ଦେଖାଯାଇନାହିଁ । ଏପରିକି ସେମାନେ ସେପରି କିଛି ଅସୁସ୍ଥତା ଅନୁଭବ କରିନାହାନ୍ତି ।

କୋଭିଡ୍‌-୧୯ ସଂକ୍ରମଣରେ ଆକ୍ରାନ୍ତ ହୋଇ ଏପର୍ଯ୍ୟନ୍ତ ୩ ଜଣ ମୁମ୍ବାଇ ପୋଲିସ କର୍ମଚାରୀଙ୍କର ମୃତ୍ୟୁ ହୋଇଛି ।

ମୁମ୍ବାଇ ପୋଲିିସ କମିଶନର୍ ଗୁରୁବାର ଦିନ ସହରର ସାର୍ ଜେଜେ ମାର୍ଗ ପୋଲିସ ଷ୍ଟେସନ ପରିଦର୍ଶନ କରିଛନ୍ତି ଯେଉଁଠାରେ ଅଧିକ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଅଞ୍ଚଳରେ ୨୭ଜଣ ପୋଲିସ କର୍ମଚାରୀ ରହିଛନ୍ତି ।

ମୁମ୍ବାଇରେ ୯୪ଟି ପୋଲିସ ଷ୍ଟେସନ ମଧ୍ୟରୁ ଧରାଭି, ୱାଡ଼ଲା ଏବଂ ଭକୋଲା ପୋଲିସ ଷ୍ଟେସନ ଗୁଡ଼ିକରେ ଅଧିକମାତ୍ରାରେ କରୋନା ସଂକ୍ରମଣ ହୋଇଛି ।

ଗୁରୁବାର ସକାଳ ସୁଦ୍ଧା ମହାରାଷ୍ଟ୍ର ପୋଲିସ ବିଭାଗରେ ୫୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କେବଳ ମୁମ୍ବାଇରେ ୨୫୦ ଜଣ ରୋଗୀ ଚିହ୍ନଟ ଏବେ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଏହି ୫୩୧ଟି କେସ ମଧ୍ୟରୁ ୪୮୦ ଜଣ ପୋଲିସ କନେଷ୍ଟବଳ ଏବଂ ୫୧ ଜଣ ପୋଲିସ ଅଧିକାରୀ ଅନ୍ତର୍ଭୃକ୍ତ । କରୋନା ସଂକ୍ରମଣରେ ୫ଜଣ ପୋଲିସଙ୍କ ମୃତ୍ୟୁ ହୋଇଥିବା ବେଳେ ୩୯ ଜଣ ସୁସ୍ଥ ହୋଇଛନ୍ତି ।

 

Leave A Reply

Your email address will not be published.