Latest Odisha News

BREAKING NEWS

ଚୀନ-ଭାରତ ଉତ୍ତେଜନା ପରିସ୍ଥିତିରେ ମୋଦୀଙ୍କ ସହ କଥା ହେଲେ ଡୋନାଲ୍ଡ ଟ୍ରମ୍ପ୍‌

ନୂଆଦିଲ୍ଲୀ: ସାମ୍ପ୍ରତିକ ପରିସ୍ଥିତିରେ ଭାରତ ଓ ଚୀନ ସୀମାକୁ ନେଇ ବିବାଦ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଲଦାଖ ସୀମାରେ ଏହି ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଲାଗି ରହୁଛି । ଏହି ପରିପ୍ରେକ୍ଷୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଟେଲିଫୋନ ଯୋଗେ କଥାବର୍ତ୍ତା କରିଛନ୍ତି ।

ଭାରତ ଓ କରୋନା ସ୍ଥିତି ସମ୍ପର୍କରେ କଥାବାର୍ତ୍ତା ହେବା ସହିତ ମୋଦୀ ଓ ଟ୍ରମ୍ପ୍ ଜି -୭ ଶିଖର ସମ୍ମିଳନୀ ବାବଦରେ ମଧ୍ୟ ଆଲୋଚନା କରିଛନ୍ତି । ଏହା ବ୍ୟତୀତ ଚୀନ ଲଦାଖରେ ଉତ୍ତେଜନା ସୃଷ୍ଟି କରୁଥିବା ଯୋଗୁଁ ଏହି ପରିସ୍ଥିତିରେ ଆମେରେକୀୟ ରାଷ୍ଟ୍ରପତିଙ୍କ ମୋଦୀଙ୍କ ସହିତ ଆଲୋଚନା ଚର୍ଚ୍ଚାର ବିଷୟ ପାଲଟିଛି ।

ଦେଖିବାକୁ ଗଲେ ଏବେ ଚୀନ-ଆମେରିକା ମଧ୍ୟରେ ଏକପ୍ରକାର ଶୀତଳ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଏହି ଦୁଇ ମହାଶକ୍ତିଙ୍କ ମଧ୍ୟରେ ଏବେ ଦୂରତା ବଢି ଚାଲିଥିବା ବେଳେ ଚୀନ ସାଗରରେ ପ୍ରଭୁତ୍ୱ ବିସ୍ତାର କରିବା ଲାଗି ନିଜର ବାହୁବଳ ପୟୋଗ କରୁଛି । ଏପରିକି ଭାରତ ଓ ଆମେରିକା ମଧ୍ୟରେ ଗତ କିଛି ବର୍ଷ ହେଲା ବନ୍ଧୁତା ଚରମ ସୀମାରେ ପହଞ୍ଚିଥିବା ବେଳେ ଚୀନ ଏହାକୁ ପସନ୍ଦ କରୁନାହିଁ । ତେଣୁ ଚୀନ ଭାରତର ଲଦାଖ ସୀମାନ୍ତ ଅଞ୍ଚଳରେ ଅଯଥାରେ ଉତ୍ତେଜନା ସୃଷ୍ଟି କରିବାକୁ ଚାହୁଁଛି ।

କିଛିଦିନ ପୂର୍ବରୁ ଚୀନ ରାଷ୍ଟ୍ରପତି ଭାରତକୁ ଧମକ ଦେଇ କହିଥିଲେ, ଭାରତ ଏହି ଶୀତଳ ଯୁଦ୍ଧରୁ ଦୂରେଇ ରହୁ ନଚେତ୍ ଭାରତକୁ ଏହାର ଫଳ ଭୋଗିବାକୁ ପଡ଼ିବ ।
ସେପଟେ ଚୀନରେ କରୋନା ଭୂତାଣୁ ଆରମ୍ଭ ହୋଇ ସାରା ବିଶ୍ୱକୁ ବ୍ୟାପିଥିବା ବେଳେ ଆମେରିକା ଓ ଅଧିକାଂଶ ୟୁରୋପୀୟ ରାଷ୍ଟ୍ର କ୍ଷତି ସହିବାରେ ଲାଗିଛନ୍ତି । ତେଣୁ ଚୀନରୁ ସମସ୍ତ କାରଖାନା ଏବଂ କମ୍ପାନୀ ଗୁଡ଼ିକ ଚୀନ ଛାଡ଼ିବାକୁ ପ୍ରସ୍ତୁତ ହୋଇସାରିଲେଣି । ଚୀନର ଅର୍ଥନୀତି ଉପରେ ଏହା ନିଶ୍ଚିତ ଭାବେ କୁପ୍ରଭାବ ପକାଇବ ଏଥିରେ ତିଳେ ହେଲେ ସନ୍ଦେହ ନାହିଁ । ଆମେରିକା କରୋନା ଭୂତାଣୁ ସଂକ୍ରମଣ ଲାଗି ଚୀନକୁ ଖୋଲାଖୋଲି ଭାବେ ଦୋଷାରୋପ କରୁଛି ।

Leave A Reply

Your email address will not be published.