Latest Odisha News

BREAKING NEWS

ଭାବନାର ଭସାମେଘ…

ଭାବନାର ଭସାମେଘ

ପ୍ରକାଶଚନ୍ଦ୍ର ପାଣିଗ୍ରାହୀ

ଅଜଣା ଆଶଙ୍କାରେ ଜୀବନ
ଭାରତ ନିର୍ମାଣର ବିଶ୍ୱକର୍ମା
ରାଜରାସ୍ତାରେ ।
ଦାଦନର ଦୁଃଖରେ ଜର୍ଜରିତ
ମା’ ମାଟି ।

ମନର ମାନସୀ
ଅପହଞ୍ଚ ଇଲାକାରେ ।
ଅନ୍ଧାରୀ ଭବିଷ୍ୟତ ଆଡକୁ
ଶୈଶବ ଓ ଶିକ୍ଷା ।
ଆଗାମୀ ଚିନ୍ତା ରେ
ଅସ୍ତବ୍ୟସ୍ତ ଜନ ମାନସ ।

ଅସ୍ଥିର ପ୍ରକୃତି ହଜେଇ ଦେଇଛି
ମନୁଷ୍ୟର ସତ୍ତା ।
ମଣିଷ ଭୁଲିଯାଇଛି
ମାନବିକତାର ସଂଜ୍ଞା ।

ବିନିଦ୍ର ରଜନୀ କୋଳରେ
ଚିନ୍ତିତ ଚିନ୍ତା ନାୟକ ।
ସମ୍ଭାବନାର ସ୍ୱପ୍ନ ସବୁ
ସମସ୍ୟାର ଉତ୍ତାଳ ଘୂର୍ଣ୍ଣନେ ।

ଏମିତି କିଛି ଭାବନାର ଚୁନା ଚୁନା ଫୁଲ
କବିତାରେ ଭେଟି ଦେବା ପାଇଁ
ସାଥୀ ମୋର ଆଜି ପ୍ରଗଳ୍‌ଭ ଲେଖନୀ ।

———————————
ଭୁବନେଶ୍ୱର, ମୋ- ୯୪୩୭୪୭୫୭୨୬
ଇମେଲ୍ – prakash.davcspur@gmail.com

Leave A Reply

Your email address will not be published.