ମୁମ୍ବାଇ: ସହିଦ ଯବନାଙ୍କୁ ନିଆରା ଢ଼ଙ୍ଗରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା । ସେ ତାଙ୍କ ଇଂଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ସଂସ୍କୃତରେ ଶ୍ଲୋକ ଲେଖି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏଥିସହ ସେ ସହିଦଙ୍କ ପରିବାର ପାଇଁ ପ୍ରାର୍ଥନା ମଧ୍ୟ କରିଛନ୍ତି ।
ସେ ନିଜ ଇଂଷ୍ଟାଗ୍ରାମରେ ଲେଖିଛନ୍ତି ଯେ, ସେନା ଓ ତାଙ୍କ ପରିବାର ପ୍ରତି ମୋର ବହୁତ ସହାନୁଭୁତି ରହିଛି । ଈଶ୍ୱର ସେମାନଙ୍କ ଅପୂରଣୀୟ ଶୂନ୍ୟତାକୁ ସହିବାକୁ ତାଙ୍କୁ ଶକ୍ତି ଦିଅନ୍ତୁ । ଏଥିସହ ‘ଓଁ ଅସତୋ ମା ସଦ୍ଗମୟ, ତମସୋ ମା ଜ୍ୟୋତିର୍ଗମୟ, ମୃତ୍ୟୋର୍ମା ଅମୃତଂ ଗମୟ, ଓଁ ଶାନ୍ତିଃ, ଶାନ୍ତିଃ, ଶାନ୍ତିଃ’ ବୋଲି ସଂସ୍କୃତରେ ଶ୍ଲୋକ ଲେଖିଛନ୍ତି ।
ଭାତର-ଚୀନ୍ ସୀମା ବିବାଦକୁ ନେଇ ଲଦାଖ ଗଲୱାନ ଘାଟିରେ ୨୦ ଜଣ ଭାରତୀୟ ଯବନା ସହିଦ ହୋଇଛନ୍ତି । ସହିଦ ଯବାନଙ୍କୁ ପୁରା ଦେଶ ସମେତ ବଲିଉଡର ଅନେକ କଳାକାର ମାନେ ମଧ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।
Comments are closed.