ଭୁବନେଶ୍ୱର: ଆଜି ଭାରତର ବିଭିନ୍ନ ସ୍ଥାନରେ ଏହି ସୂର୍ଯ୍ୟ ପରାଗ ସ୍ପଷ୍ଟଭାବେ ଦୃଶ୍ୟମାନ ହୋଇଥିବାର ଖବର ମିଳିଛି । ଓଡ଼ିଶାରେ ରବିବାର ଦିନ ସୂର୍ଯ୍ୟପରାଗ ଆଂଶିକ ଭାବେ ଦୃଶ୍ୟମାନ ହୋଇଛି । ଓଡ଼ିଶାରେ ଏହି ସୂର୍ଯ୍ୟ ପରାଗ ଦିନ ୧୦ଟା ୩୭ରେ ଆରମ୍ଭ ହୋଇ ଦିନ ୨ଟା ୯ ମିନିଟରେ ଶେଷ ହୋଇଥିଲା ।
ଅଧିକ ପଢନ୍ତୁ – ବର୍ଷର ଭୟଙ୍କର ସୂର୍ଯ୍ୟ ପରାଗ: ଜାଣନ୍ତୁ, କ’ଣ କହୁଛନ୍ତି ଭାରତୀୟ ଜ୍ୟୋତିଷ !
ଭୁବନେଶ୍ୱର ସମେତ ଓଡ଼ିଶାର ଅଧିକାଂଶ ସ୍ଥାନରେ ସୂର୍ଯ୍ୟ ପରାଗ ଆଶିଂକ ରୂପେ ଦୃଶ୍ୟମାନ ହୋଇଛି । ଆଜି ଆକାଶ ମେଘାଚ୍ଛନ୍ନ ରହିଥିବା ଯୋଗୁଁ ଇଚ୍ଛୁକ ଜନସାଧାରଣ ସ୍ପଷ୍ଟ ଭାବେ ଦେଖି ପାରିନାହାନ୍ତି । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ଯେ, ଓଡ଼ିଶାର ବିଭିନ୍ନ ସ୍ଥାନରେ ଏହା ଦୃଶ୍ୟମାନ ହୋଇଛି ।
ଆଜିର ଏହି ସୂର୍ଯ୍ୟ ପରାଗ ବର୍ଷର ସବୁଠୁ ବଡ଼ ସୂର୍ଯ୍ୟ ପରାଗ ଥିଲା । ଅନେକ ଏହାକୁ ରଙ୍ଗୀନ ସୂର୍ଯ୍ୟ ପରାଗ ବୋଲି ମଧ୍ୟ ନାମ ଦେଇଛନ୍ତି । ସୂର୍ଯ୍ୟଙ୍କ ପରାଗ ସମୟରେ ସୂର୍ଯ୍ୟଙ୍କ ବ୍ୟାସକୁ ଚନ୍ଦ୍ର ଓଡ଼ିଶାରେ ୬୦ରୁ ୭୨ ପ୍ରତିଶତ ଘୋଡ଼ାଇ ରଖିଥିଲା ।
Comments are closed.