Latest Odisha News

BREAKING NEWS

ଓଡ଼ିଶା ମୁଖ୍ୟମନ୍ତ୍ରୀ ୧୦୦୦କୋଟି ଟଙ୍କା କେନ୍ଦ୍ରକୁ ଅନ୍ତରୀଣ ବାତ୍ୟା ସହାୟତା ଦେବାକୁ କହିଲେ

ଭୁବନେଶ୍ୱର: ତିତଲି ବାତ୍ୟାରେ ପ୍ରଭାବିତ ରିଲିଫ ଓ କ୍ଷୟକ୍ଷତି ସୁଧାରିବାକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ୧୦୦୦ କୋଟି ଟଙ୍କା କେନ୍ଦ୍ର ଅନ୍ତରୀଣ ସହାୟତା ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖିଛନ୍ତି ।

ତିତିଲି ବାତ୍ୟା ପ୍ରଭାବରେ ୫୭,୧୩୧ଟି ବାସଗୃହ କ୍ଷତିଗ୍ରସ୍ତ ହୋଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ୫୭,୧୩୧ ଟି ବାସଗୃହ ନିର୍ମାଣ ଲାଗି ପ୍ରଧାନମନ୍ତ୍ରୀଙ୍କୁ ସହାୟତା ପ୍ରଦାନ କରିବା ଲାଗି ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପତ୍ରରେ ଉଲ୍ଲେଖ କରିଛନ୍ତି ।

ଆମେ ବାତ୍ୟାରେ କ୍ଷୟକ୍ଷତିକୁ ସୁଧାରିବା ନିମନ୍ତେ କେନ୍ଦ୍ର ସହାୟତା ଲାଗି ୨୦୧୪.୦୯ କୋଟି ଟଙ୍କା ଜାତୀୟ ପ୍ରାକୃତିକ ଦୁର୍ବିପାକ ପ୍ରଶମନ ପାଣ୍ଠିରୁ ସହାୟତା ମାଗିଛୁ । ବାତ୍ୟା ପରେ ବନ୍ୟା ସମ୍ପର୍କୀତ ଏକ ପ୍ରାଥମିକ ରିପୋର୍ଟ କେନ୍ଦ୍ର ସରକାରଙ୍କ ନିକଟରେ ଦାଖଲ କରାଯାଇଛି । ତିିତଲି ବାତ୍ୟା ପ୍ରଭାବରେ ରାଜ୍ୟରେ ୨୭୭୦.୨୮ କୋଟି ଟଙ୍କା କ୍ଷୟକ୍ଷତି ହୋଇଛି ।

ବାତ୍ୟା ଏବଂ ବନ୍ୟାରେ ପ୍ରଭାବିତ ୧୭ଟି ଜିଲ୍ଲା ମଧ୍ୟରୁ ଗଜପତି ଜିଲ୍ଲା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା କଥା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ।

ଓଡ଼ିଶାରେ ଗତ ଅକ୍ଟୋବର ୧୧ ତାରିଖରେ ଆନ୍ଧ୍ରର ପଲାସା ଏବଂ ଓଡ଼ିଶାର ଗୋପାଳପୁର ନିକଟରେ ବାତ୍ୟା ସ୍ଥଳଭାଗକୁ ଛୁଇଁଥିଲା ।

ବାତ୍ୟା ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଦେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସତର୍କତା ମୂଳକ ପଦେକ୍ଷେପ ଗ୍ରହଣ କରାଯାଇଥିଲା । ତେବେ ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରର କେନ୍ଦ୍ର ପକ୍ଷରୁ ୧୦ ଅକ୍ଟୋବର ୯ଟା ୪୫ ମିନିଟ ସମୟରେ ଭୟଙ୍କର ବାତ୍ୟାର ସୂଚନା ଦିଆଯାଇଥିଲା । ୧୧ ତାରିଖ ସକାଳେ ବାତ୍ୟା ଓଡ଼ିଶା ଉପକୂଳ ଛୁଇଁବାକୁ ଲକ୍ଷ୍ୟ ରଖି ଆମେ ଉପକୂଳ ଅଞ୍ଚଳରେ ସ୍ଥାନାନ୍ତରୀତ କାର୍ଯ୍ୟ ପ୍ରତି ଦୃଷ୍ଟି ଦେଇଥିଲୁ । ଚାଳଘରେ ବାସ କରୁଥିବା ଲୋକମାନଙ୍କୁ ପ୍ରଶାସନିକ ସହାୟତାରେ ନିରାପଦ ସ୍ଥାନକୁ ସ୍ଥାନାନ୍ତରୀତ କରାଯାଇଥିଲା । ବାତ୍ୟା ଆଶ୍ରୟସ୍ଥଳୀ ତଥା ସ୍ଥାନାନ୍ତରୀତ ହୋଇଥିବା ସ୍ଥଳୀରେ ଲୋକମାନଙ୍କ ଲାଗି ଖାଦ୍ୟ, ପାନୀୟ ଜଳ, ପରିମଳ ତଥା ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦିଆଯାଇଥିଲା । ପ୍ରଶାସନିକ ତତ୍ପରତା ଯୋଗୁଁ ମଧ୍ୟରାତ୍ରି ସୁଦ୍ଧା ୩ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରୀତ କରାଯାଇଥିଲା । ଏଥିସହିତ ୧୪ଟି ଏନଡ଼ିଆରଏଫ ଟିମ, ୨୬ଟି ଓଡ୍ରାଫ ଟିମ ସହିିତ ରାଜ୍ୟ ଅଗ୍ନିଶମ ବିଭାଗ ପକ୍ଷରୁ ବାତ୍ୟା ପ୍ରଭାବିତ ଅଞ୍ଚଳମାନଙ୍କରେ ଉଦ୍ଧାର କାର୍ଯ୍ୟ ସହିତ ରିଲିଫ କାର୍ଯ୍ୟ ତ୍ୱରାନ୍ୱିତ କରିଥିଲେ । ବାତ୍ୟାରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଗଜପତି ଗଞ୍ଜାମ ଓ ରାୟଗଡ଼ା ଜିଲ୍ଲାକୁ ଛାଡ଼ି ଅନ୍ୟ ଉପକୂଳ ଅଞ୍ଚଳ ପ୍ରତି ବିଶେଷ ସତର୍କ ସୂଚନା ଆଇଏମଡ଼ି ପକ୍ଷରୁ ଦିଆଯାଇଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହି ବାତ୍ୟା ଓ ପରେ ବନ୍ୟାର ପ୍ରଭାବରେ ୫୭.୧୩୧ ବାସଗୃହ ଭାଙ୍ଗି ଯାଇଥିବା ବେଳେ ୨.୭୩ ଲକ୍ଷ ହେକ୍ଟର ଚାଷଜମି ନଷ୍ଟ ହୋଇଥିବା ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.