Latest Odisha News

ଆପଣଙ୍କୁ ଧନବାନ କରାଇବ ଗରୁଡ଼ ପୁରାଣର ଏହି ସରଳ ନିୟମ !  

ଭୁବନେଶ୍ୱର: ଧନବାନ ହେବାକୁ କିଏ ବା ନଚାହେଁ । ଯାହା ପାଖରେ ଯେତେ ଧନ ଥିଲେ ବି ଆଉ କିଛି ପାଇବା ଆଶାରେ ସଭିଏଁ ଥା’ନ୍ତି ।ତେବେ ଆମେ ଆଜି ଆପଣଙ୍କୁ ଜଣାଇବୁ ଗରୁଡ ପୁରାଣରେ ବର୍ଣ୍ଣିତ ଧନପ୍ରାପ୍ତିର ଏକ ଉପାୟ ।
ଆମ ଜାଣିବା ଅନୁସାରେ, ଗରୁଡ଼ ପୁରାଣରେ କେବଳ ଭୟଙ୍କର କିମ୍ବା ନର୍କ ବିଷୟରେ ଉଲ୍ଲେଖ କରାଯାଇଛି, ମାତ୍ର ବାସ୍ତବରେ ତାହା ନୁହେଁ । ଯଦି କାହାର ମୃତ୍ୟୁ ହୁଏ ତେବେ ଗରୁଡ଼ ପୁରାଣ ପାଠ କରାଯାଏ । ମାତ୍ର ଆପଣ ଯଦି କେବଳ ଥରେ ଗରୁଡ଼ ପୁରାଣ ପଢ଼ିବେ, ତେବେ ଆପଣ ଖୁବ ଲାଭବାନ ହେବା ସହ ଜୀବନ ଓ ମୃତ୍ୟୁ ସମ୍ବନ୍ଧୀୟ ଅନେକ ସୂଚନା ପାଇପାରିବେ ।

ଗରୁଡ଼ ପୁରାଣର ଅନୁଯାୟୀ, ଯଦି ଆପଣ ଧନୀ ବା ସୌଭାଗ୍ୟଶାଳୀ ହେବାକୁ ଚାହୁଛନ୍ତି ତେବେ ଏହା ଜରୁରୀ ଅଟେ ଯେ ଆପଣ ସଫା ସୁତୁରା, ସୁନ୍ଦର ଏବଂ ସୁଗନ୍ଧିତ ବସ୍ତ୍ର ପରିଧାନ କରନ୍ତୁ । ଗରୁଡ଼ ପୁରାଣ ଅନୁସାରେ ସେହି ଲୋକମାନଙ୍କର ସୌଭାଗ୍ୟ ନଷ୍ଟ ହୋଇଯାଏ ଯେଉଁମାନେ ମଳିନ ଓ ଅପରିଷ୍କାର ବସ୍ତ୍ର ପରିଧାନ କରନ୍ତି ।
ଆହୁରି ମଧ୍ୟ ଯେଉଁ ଘରେ ଲୋକମାନେ ମଳିନ ବସ୍ତ୍ର ପରିଧାନ କରନ୍ତି ସେହି ଘରେ କେବେବି ଲକ୍ଷ୍ମୀ ବାସ କରନ୍ତି ନାହିଁ ବୋଲି କୁହାଯାଇଛି । ସେହି ଘରୁ ସୌଭାଗ୍ୟ ଚାଲିଯିବା ସହ ଦାରିଦ୍ର୍ୟତା ବାସ ହେବା ନେଇ ଉଲ୍ଲେଖ ରହିଛି।

ଆପଣ ଜୀବନରେ ମାଆ ଲକ୍ଷ୍ମୀଙ୍କର ଆଶିର୍ବାଦ ପାଇବାକୁ ଚାହୁଁଥିଲେ ଗରୁଡ଼ ପୁରାଣ ଅନୁଯାୟୀ ସଫା- ସୁତୁରା ଏବଂ ସୁଗନ୍ଧିତ ବସ୍ତ୍ର ପରିଧାନ କରିବା ଉଚିତ ।

Comments are closed.