Latest Odisha News

ଆଜି ରାତିରେ ଏହିସବୁ ଜିଲ୍ଲାରେ ହେବ ବର୍ଷା

ଭୁବନେଶ୍ୱର: ଆଜି ରାତିରେ ବଜ୍ରପାତ ସହିତ ସାମାନ୍ୟରୁ ମଧ୍ୟମ ଧରଣର ବୃଷ୍ଟିପାତ ହେବା ନେଇ ସୂଚନା ପ୍ରଦାନ କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ ଯେଉଁସବୁ ଜିଲ୍ଲାଗୁଡ଼ିକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଝଡ଼ବର୍ଷା ହେବ ସେହି ଜିଲ୍ଲା ଗୁଡ଼ିକ ହେଲା – ବୌଦ୍ଧ, ସୋନପୁର, ବଲାଙ୍ଗୀର, ଝାରସୁଗୁଡ଼ା ଏବଂ ଦେଓଗଡ଼ ଜିଲ୍ଲା ।

ଆଜି ରାତି ୮ଟା ୧୦ ସୁଦ୍ଧା ଏହିସବୁ ଜିଲ୍ଲାଗୁଡ଼ିକରେ ଝଡ଼ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଯେଉଁ ସବୁ ଜିଲ୍ଲାରେ ଲଗାଣ ବର୍ଷା ହେବାର ସମ୍ଭାବନା ରହିଛି ସେହିସବୁ ଜିଲ୍ଲାଗୁଡ଼ିକ ହେଲା – ବରଗଡ଼, କୋରାପୁଟ, କଳାହାଣ୍ଡି, ନୂଆପଡ଼ା, ମାଲକାନଗିରି ଏବଂ ସୁନ୍ଦରଗଡ଼ ଜିଲ୍ଲା ।

 

Leave A Reply

Your email address will not be published.