Latest Odisha News

ସୂର୍ଯ୍ୟ ଦେବତାଙ୍କୁ ନେଇ କ’ଣ ରହିଛି ପୌରାଣିକ କଥାବସ୍ତୁ !

ଭୁବନେଶ୍ୱର: ସୂର୍ଯ୍ୟ ଦେବତା ହେଉଛନ୍ତି ସକଳ ଶକ୍ତିର ଆଧାର । ହିନ୍ଦୁଶାସ୍ତ୍ରାନୁସାରେ ପ୍ରାତଃକାଳରେ ଗାଧୋଇସାରି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କଲେ ସାରା ଦିନଟି ଆପଣଙ୍କ ଭଲରେ କଟିବା ସହିତ ସକରାତ୍ମକ ଶକ୍ତି ଆପଣଙ୍କ ଶରୀରରେ ଭରିଯାଇଥାଏ ।

ଜାଣନ୍ତୁ, କିପରି ହୋଇଛି ସୂର୍ଯ୍ୟ ଦେବତାଙ୍କ ଉତ୍ପତି-

ବେଦରେ ସୂର୍ଯ୍ୟଙ୍କୁ ଜଗତ ଆତ୍ମା ବୋଲି କୁହାଯାଇଥାଏ । ଏପରିକି ବୈଦିକ ଯୁଗରୁ ଭାରତରେ ସୂର୍ଯ୍ୟ ଉପାସନା କରାଯାଉଅଛି । ଜ୍ୟୋତିଷ ଶାସ୍ତ୍ରରେ ନବଗ୍ରହଙ୍କ ମଧ୍ୟରେ ସୂର୍ଯ୍ୟଙ୍କୁ ରାଜା ଭାବେ ପୂଜା କରାଯାଇଥାଏ ।

ମାର୍କେଣ୍ଡେୟ ପୁରାଣ ଅନୁସାରେ କମଳଯୋନୀ ବ୍ରହ୍ମାଙ୍କର ପ୍ରଥମେ ଆବିର୍ଭାବ ହୋଇଥିଲା । ତାଙ୍କ ମୁଖରୁ ପ୍ରଥମ ଶବ୍ଦ ଓଁ ବାହାରିଥିଲା । ଯାହା ସୂର୍ଯ୍ୟଙ୍କ ତେଜର ସୁକ୍ଷ୍ମ ରୂପ ଅଟେ । ପରବର୍ତ୍ତୀ ସମୟରେ ବ୍ରହ୍ମାଙ୍କର ଚାରି ମୁଖରୁ ଓଁ ଶବ୍ଦ ପ୍ରକମ୍ପିତ ହୋଇଥିଲା ।

ଅନ୍ୟଏକ ପୌରାଣିକ କଥାବସ୍ତୁ ଅନୁଯାୟୀ ସୂର୍ଯ୍ୟ ପ୍ରଜାପତି ଦକ୍ଷଙ୍କ କନ୍ୟା ଆଦିତିଙ୍କ ଔରସରୁ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବିବାହ ଋଷି ମରିଚିଙ୍କ ପୁତ୍ର ଋଷି କଶ୍ୟପଙ୍କ ସହ ହୋଇଥିଲା । ସୂର୍ଯ୍ୟ ଦେବତାଙ୍କୁ ଦୈତ୍ୟଙ୍କ ଠାରୁ ରକ୍ଷା କରୁଥିଲେ । ଯାହାଫଳରେ ତାଙ୍କୁ ମାତଣ୍ଡ ବୋଲି ମଧ୍ୟ କୁହାଯାଇଥାଏ ।

ବ୍ରହ୍ମପୁରାଣ ଅନୁଯାୟୀ ଆଦିତିଙ୍କ ଗର୍ଭରୁ ଜନ୍ମ ନେଇଥିବାରୁ ସୂର୍ଯ୍ୟଙ୍କୁ ଆଦିତ୍ୟ ରୂପେ ମଧ୍ୟ ପୂଜା କରାଯାଇଥାଏ । ସୂର୍ଯ୍ୟ ଉପାସନା ହେଉଛି ବହୁ ପ୍ରାଚୀନ ଭାରତୀୟ ପରମ୍ପରା ଓ ହିନ୍ଦୁ ସଂସ୍କୃତିର ସନ୍ତକ ।

ଭାରତୀୟ ସଂସ୍କୃତି ଓ ପ୍ରାଚୀନ ପରମ୍ପରାରେ ସୂର୍ଯ୍ୟ ଉପାସନା
ହିନ୍ଦୁ ପୁରାଣ ଶାସ୍ତ୍ର ଅନୁଯାୟୀ ପ୍ରତିଦିନ ଏବଂ ବିଶେଷ କରି ରବିବାର ଦିନ ସୂର୍ଯ୍ୟ ଉପାସନା କଲେ ବହୁ ଉପକାର ମିଳିପାରିବ, ଯାହାକି ଆପଣଙ୍କ ଭାଗ୍ୟକୁ ସମ୍ପୂର୍ଣ୍ଣ ବଦଳାଇଦେବ । କୁହାଯାଏ ପ୍ରତିଦିନ ସୂର୍ଯ୍ୟଙ୍କୁ ଉପାସନା କରି ବ୍ରାହ୍ମ ମୁହୂର୍ତ୍ତରେ ଜଳ ଅର୍ପଣ କଲେ ତେବେ ତାହାର ଶରୀର, ମନ ଓ ଆତ୍ମାରେ ସନ୍ତୁଳନ ରକ୍ଷା ହୋଇଥାଏ ।

Comments are closed.