Latest Odisha News

BREAKING NEWS

ଆଠ ପୋଲିସ କର୍ମୀଙ୍କୁ ହତ୍ୟା କରିଥିବା ଡନ ବିକାଶ ଦୁବେ ଏବେ ବି ଫେରାର, ତଦନ୍ତର ଘଟଣାକ୍ରମ

ଲକ୍ଷ୍ନୌ:କାନପୁର ପୋଲିସ ଟିମ୍ ଉପରେ ଆକ୍ରମଣ କରି ୮ଜଣଙ୍କୁ ହତ୍ୟା କରିଥିବା କୁଖ୍ୟାତ ଡନ ବିକାଶ ଦୁବେ ଏବେ ବି ଫେରାର ଅଛି । ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ପୋଲିସ କଣ ରଣନୀତି ଆପଣାଇଛନ୍ତି ଆସନ୍ତୁ ଜାଣିବ ।
୧. ବିକାଶ ଦୁବେ ଏବଂ ତାର ସହଯୋଗୀଙ୍କୁ ଧରିବା ପାଇଁ ପୋଲିସ ୨୫ ଟିମ୍ ଲଗାଇଛନ୍ତି ।
୨.ୟୁପିର ବିଭିନ୍ନ ଜିଲ୍ଲା ସମେତ ଅନ୍ୟ ପ୍ରଦେଶରେ ମଧ୍ୟ ପୋଲିସ ଯାଂଚ କରୁଛି ।
୩.୫୦୦ ମୋବାଇଲ ଫୋନ ଡାଟାକୁ ପୋଲିସ ତନ୍ନ ତନ୍ନ କରି ଖୋଜୁଛି ।
୪.ଲକ୍ଷ୍ନୌରେ ବିକାଶର ଭାଇ ଘରେ ପୋଲିସ ଚଢ଼ାଉ ।
୪.ପାଖାପାଖି ଜିଲାରେ ଥିବା ହିଷ୍ଟ୍ରିଶିଟରଙ୍କ କୁଣ୍ଡଳୀ ପୋଲିସ ଖୋଲୁଛି ।
୫.ବିକାଶର ଦୁଇ ସହଯୋଗୀ ଗିରଫ, ପଚରାଉଚରା ଚାରି ।

୬. କାନପୁର ସ୍ଥିତ ବିକାଶ ଘର ଉପରେ ଚଢ଼ିଲା ଜେସିବି । ମାଟିରେ ମିଶିଲା ତାର ଘର ।
୭. ଦାମିକିଆ କାର ସମେତ ଘରେ ଥିବା ସାମଗ୍ରୀ ଭଙ୍ଗା ଗଲା ।
୮.ମୃତ୍ୟୁବରଣ କରିଥିବା ପୋଲିସକର୍ମୀଙ୍କ ସେମାନଙ୍କ ପୈତୃକ ବାସଭବନରେ ଅନ୍ତିମ ସଂସ୍କାର କରାଗଲା ।
୯.ବିକାଶ ରହୁଥିବା ଗ୍ରାମର ଲୋକଙ୍କୁ ପଚରାଉଚରା ।
୧୦. କାହା ସାହାସରେ ସେ କହୁଥିଲେ ମୋତେ ଧରିବା ପୋଲିସ ପାଇଁ ଅସମ୍ଭବ । ମୁଁ ଖବର ଆଗୁଆ ପାଇଯିବି । ପୋଲିସ ବିଭାଗରେ ଥିବା ବିଶ୍ୱାସଘାତକଙ୍କୁ ଖୋଜା । ଜଣେ ଧରାପଡିଛନ୍ତି ।

Leave A Reply

Your email address will not be published.