Latest Odisha News

BREAKING NEWS

ଆଜି ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଦିନିକିଆ ଟକ୍କର

ନୂଆଦିଲ୍ଲୀ : ଆଜି ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ ଖେଳାଯିବ । ବିଶାଖାପାଟଣାର ଏକ ଷ୍ଟାଡିୟମରେ ଏହି ମ୍ୟାଚ ଅନୁଷ୍ଠିତ ହେବ । ମ୍ୟାଚରେ ଭାରତୀୟ ଖେଳାଳୀ ମାନେ ନିଜର ଶକ୍ତି ପ୍ରଦର୍ଶନ କରିବା ସହ ମ୍ୟାଚ ଜିତିବା ଲକ୍ଷ୍ୟନେଇ ମଇଦାନକୁ ଓହ୍ଲାଇବ ।

ଅନ୍ୟପକ୍ଷରେ ଏହି ମ୍ୟାଚ ଖେଳି ଭାରତୀୟ ଟିମ୍ ଅନ୍ତର୍ଜାତୀୟ ସ୍ତରରେ ୯୫୦ଟି ଦିନିକିଆ ମ୍ୟାଚ ଖେଳିବା ରେକର୍ଡରେ ସାମିଲ ହୋଇପାରିବ । ଆହୁରି ମଧ୍ୟ ଅଧିନାୟକ ବିରାଟ କୋହଲି ଓ ରୋହିତ ଶର୍ମା ପୁଣିଥରେ ନିଜ ପୁରୁଣା କମାଲ ପ୍ରଦର୍ଶନ କରି ରନର ବର୍ଷା କରିବା ନେଇ ଆଶା କରାଯାଉଛି ।

ବୁଧବାର ଦିନ ଖେଳାଯିବାକୁ ଥିବା ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ ମଧ୍ୟ ଜବରଦସ୍ତ ପ୍ରଦର୍ଶନ କରି ଭାରତକୁ କଡା ଟକ୍କର ଦେବାକୁ ମଧ୍ୟ ଚେଷ୍ଟା କରିବ । ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବାକୁ ଥିବା ଏହି ମ୍ୟାଚ ବେଶ ରୋମାଞ୍ଚକର ହେବା ନେଇ ଆଶା କରାଯାଉଛି ।

ଆହୁରି ମଧ୍ୟ ବିରାଟ କୋହଲି ଆଜି ଆଜି ମ୍ୟାଚରେ ଯଦି ମାତ୍ର ୮୦ ରନ ସ୍କୋର କରନ୍ତି ତାହେଲେ ବିରାଟ ଦ୍ରୁତତମ ୧୦ ହଜାର ରନ ସଂଗ୍ରହକାରୀ ଭାବେ ନୂଆ ରେକର୍ଡ ହାତେଇବାରେ ସଫଳ ହେବେ ।

Leave A Reply

Your email address will not be published.