ନୂଆଦିଲ୍ଲୀ: ଦେଶରେ ମାଡି ଚାଲିଛି କରୋନା । ସଂକ୍ରମଣ ପ୍ରତିଦିନ ରେକର୍ଡ ଭାଙ୍ଗୁଛି । ଆଜି ସୁଦ୍ଧା ସାରା ବିଶ୍ୱରେ ଅଧିକ ପ୍ରଭାବିତ ଦେଶ ତାଲିକାରେ ଋଷିଆକୁ ପଛରେ ଛାଡ଼ି ଦେଇଛି ଭାରତ । ତୃତୀୟ ସ୍ଥାନକୁ ଉଠିଛି । ସନ୍ଧ୍ୟା ସୁଦ୍ଧା ନୂଆ ସଂକ୍ରମିତଙ୍କ ତାଲିକା ଜାରି କରିଛନ୍ତି କିଛି ରାଜ୍ୟ ସରକାର । ସେସବୁ ମିଶାଇଲେ ଦେଶରେ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୯୦ ହଜାର ପାର କରି ଯାଇଛି । ଯେଉଁଠି ୧୯ ହଜାର ୨୦୦ରୁ ଅଧିକ ମୁଣ୍ଡ ନେଲାଣି କରୋନା ।
ଜନ୍ ହପକିଙ୍ଗ ବିଶ୍ୱବିଦ୍ୟାଳୟ ତଥ୍ୟ ଅନୁସାରେ ବର୍ତ୍ତମାନ ଋଷିଆରେ କରୋନା ସଂକ୍ରମିତଙ୍କ ସଂଖ୍ୟା ରହିଛି ୬ ଲକ୍ଷ ୮୧ ହଜାର ୨୫୧ । ଏବେ ଭାରତ ତୃତୀୟ ସ୍ଥାନରୁ ଉଠିଥିବା ବେଳେ ଚତୁର୍ଥକୁ ଖସିଛି ଋଷିଆ । ଟପ୍ ପୋଜିସନରେ ଆମେରିକା ରହିଥିବା ବେଳେ ଦ୍ୱିତୀୟ ପ୍ରଭାବିତ ଦେଶ ବ୍ରାଜିଲ୍ ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ ଅୁସାରେ ଗତ ୨୪ ଘଣ୍ଟାରେ ଦେଶରେ ରେକର୍ଡ ୨୫ ହଜାର ନୂଆ କେସ୍ ସାମନାକୁ ଆସିଥିବା ବେଳେ ୬୧୩ ଲୋକଙ୍କ ପ୍ରାଣ ନେଲାଣି ମରାତ୍ମକ ଭାଇରସ୍ ।
Comments are closed.