ଫରିଦାବାଦ: ମୋଷ୍ଟ ୱାନଟେଡ ଅପରାଧୀ ବିକାଶ ଦୁବେ ଅଳ୍ପକେ ପୋଲିସ ହାତରୁ ଖସିଯାଇଛି । ରିପୋର୍ଟ ମୁତାବକ ଫରିଦାବାଦ ସେକ୍ଟର-୮୭ରେ ବିକାଶ ଜଣେ ସମ୍ପର୍କୀୟଙ୍କ ଘରେ ଲୁଚି ରହିଥିଲା । ସେଠାରୁ ନିକଟରେ ଥିବା ଏକ ହୋଟେଲରେ ରହୁଥିଲା । ହୋଟେଲରେ ପୋଲିସ ଖବରପାଇ ଆସିଲାବେଳକୁ ବିକାଶ ସେଠାରୁ ଖସି ପଳାଇ ଯାଇଥିଲା । ଅଙ୍କୁର ଓ ପ୍ରଭାତ ନାମକ ୨ଜଣ ସାଥୀଙ୍କୁ ପୋଲିସ ଗିରଫ କରିଛି ।
ସବୁଠାରୁ ବଡ କଥା ଘଟଣାଦିନ ପୋଲିସ କର୍ମୀ ସାହାଯ୍ୟ ପାଇଁ ବିକାଶର ମାଆ କ୍ଷମା ଦୁବେ ଓ ପତ୍ନୀ ରେଖାଙ୍କ କବାଟ ବାଡେଇଥିଲେ । ସେମାନେ ସାହାଯ୍ୟ କରିବା ଦଳରେ ଶୁଟରଙ୍କୁ ଏ ସମ୍ପର୍କରେ ସୂଚନା ଦେଇଥିଲେ । ସେମାନଙ୍କୁ ପୋଲିସ ଗିରଫ କରିଛି । ବିକାଶର ନିକଟତମ ସାଥୀ ଅମର ଦୁବେ ପୋଲିସ ଗୁଳିରେ ଟଳିଛି ।
Comments are closed.