Latest Odisha News

BREAKING NEWS

ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ପ୍ରସଙ୍ଗ: କୋର୍ଟ ଯିବାବେଳେ ବିଚାରପତିଙ୍କୁ ଅଟକାଇଲେ ଆନ୍ଦୋଳନରତ ଓକିଲ

ସମ୍ବଲପୁର : ପଶ୍ଚିମ ଓଡିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଆଜି ଆଇନଜୀବୀମାନେ ସମ୍ବଲପୁରରେ ଜିଲ୍ଲା ଦୌରା ଜଜ୍ ମଳୟ ରଞ୍ଜନ ଦାସଙ୍କୁ ଘେରିଯାଇ ପ୍ରତିବାଦ ଜାହିର କରିଥିଲେ ।

ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି କରି ପ୍ରାୟ ୨ ମାସ ହେବ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିବା ଓକିଲ ମାନେ କୋର୍ଟ ଛକ ନିକଟରେ ଜିଲ୍ଲା ଦୌରା ଜଜ୍ଙ୍କୁ ଅଟକାଇ ସେମାନଙ୍କ ଦାବି କେବେ ପୂରଣ ହେବା ନେଇ ପଚାରିଥିଲେ ।

“ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ପୂରଣ ଲାଗି ହେଉଥିବା ଆନ୍ଦୋଳନକୁ ହାଇକୋର୍ଟରେ ପହଞ୍ଚାଇବା ପାଇଁ ଆମେ ମାନ୍ୟବର ବିଚାରପତିଙ୍କୁ ଅନୁରୋଧ କରିଥିଲୁ । ଏହା ହାଇକୋର୍ଟରେ ଉପସ୍ଥାପିତ ହେଲେ କେବଳ ଯେ ଓକିଲ ମାନଙ୍କ ଉପକାର ହେବ ତା ନୁହେଁ ଏଥିରେ ସମାଜର ବିଭିନ୍ନ ବର୍ଗର ଲୋକମାନେ ନ୍ୟାୟ ପାଇପାଇବାରେ ସହଜ ହୁଅନ୍ତା । ବିଚାରପତି ଆମର ସମସ୍ତ କଥା ଶୁଣିଲେ ଏବଂ ଦାବି ପୂରଣ କରିବାରେ ପଦକ୍ଷେପ ନେବାକୁ ସେ ଆମକୁ ଆଶ୍ୱାସନା ଦେଇଥିଲେ” ବୋଲି ଜଣେ ଆନ୍ଦୋଳନରତ ଓକିଲ ଗଣମାଧ୍ୟକୁ କହିଛନ୍ତି ।

ଅବଶ୍ୟ ଏହି ଆନ୍ଦୋଳନ ଯୋଗୁଁ ଜଜ୍ କୋର୍ଟକୁ ଯିବାରେ ବାଧା ଉପୁଜିଥିଲା । ଆହୁରି ମଧ୍ୟ ଅନେକ ବୁଦ୍ଧିଜୀବି ତଥା ବରିଷ୍ଠ ନାଗରିକ ମାନେ ଏନେଇ ଓକିଲ ମାନଙ୍କୁ ସମର୍ଥନ କରିବା ସହିତ ଆନ୍ଦୋଳନରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.