Latest Odisha News

BREAKING NEWS

ରାୟଡୁ ଓ ରୋହିତଙ୍କ ବିସ୍ଫୋରକ ଶତକ ବଳରେ ଭାରତର ବିଶାଳ ୩୭୭ ରନ ସ୍କୋର

ମୁମ୍ବାଇ: ମୁମ୍ବାଇଠାରେ ଖେଳାଯାଉଥିବା ୪ଦିନିକିଆରେ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ ସାମ୍ନାରେ ୩୭୭ ରନର ଏକ ବିଶାଳ ସ୍କୋର ଛିଡ଼ା କରିଛି । ଦୁର୍ଦ୍ଦଶ ଭାରତୀୟ ଓପନର୍ ରୋହିତ ଶର୍ମାଙ୍କ ବିସ୍ଫୋରକ ୧୬୨ ରନ ଏବଂ ଅମ୍ବାତି ରାୟଡୁଙ୍କ ସୁନ୍ଦର ଶତକୀୟ ଇନିଂସ ସହାୟତାରେ ଭାରତ ବିପକ୍ଷ ଟିମ ଆଗରେ ଏହି ବିଶାଳ ସ୍କୋର କରିବାକୁ ସକ୍ଷମ ହୋଇଛି ।

ମୁମ୍ବାଇର ବାବୋର୍ଣ୍ଣ ଷ୍ଟାଡ଼ିୟମରେ ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଅନୁଷ୍ଠିତ ହେଉଥିବା ୪ର୍ଥ ଦିନିିକିଆରେ ଭାରତ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ।

ଶିଖର ଧାୱନ ୩୮ ରନ ଏବଂ ଅଧିନାୟକ ବିରାଟ କୋହଲି ୧୬ ରନ କରି ଆଉଟ ହୋଇଯିବା ପରେ ରୋହିତ ଶର୍ମାଙ୍କ ଇନିଂସ ସମ୍ଭାଳିଥିଲେ । ରୋହିତ ଶର୍ମା ଆଜି ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୧୩୭ଟି ବଲରେ ୪ଟି ବିଶାଳ ଛକା ଏବଂ ୨୦ଟି ଆକର୍ଷଣୀୟ ଚୌକା ମାରି ୧୬୨ ରନ କରିଥିଲେ । ଦଳ ପକ୍ଷରୁ ଅମ୍ବାତି ରାୟଡୁ ମଧ୍ୟ ୮୧ଟି ବଲରେ ୧୦୦ ରନ କରି ଏକ ବିଶାଳ ଦଳଗତ ସ୍କୋର କରିବାକୁ ସହଯୋଗ କରିଥିଲେ । ଭାରତ ୫୦ ଓଭରରେ ୫ଟି ୱିକେଟ ହରାଇ ୩୭୭ ରନ କରିପାରିଛି ।

Leave A Reply

Your email address will not be published.