Latest Odisha News

‘ଅର୍ଦ୍ଧ କପାଳୀ’ ପାଇଁ ରାମବାଣ ଅଦା !

ଭୁବନେଶ୍ୱର: ବର୍ତ୍ତମାନର ସମୟରେ ଅର୍ଦ୍ଧ କପାଳୀ(ମାଇଗ୍ରେନ) ସଭିଁଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା ପାଲଟିଛି। ମାଇଗ୍ରେନ ପ୍ରଭାବରେ ମୁଣ୍ଡବିନ୍ଧା ବ୍ୟତୀତ ଦୃଷ୍ଟି ଶକ୍ତି ଦୁର୍ବଳ, ଚିଡ଼ଚିଡ଼ାପଣ, ବ୍ୟସ୍ତ ଲାଗିବା, ଯନ୍ତ୍ରଣା ହେବା ଭଳି ବହୁ ସମସ୍ୟା ସୃଷ୍ଟି ହୋଇଥାଏ । ସେହି ସମୟରେ ହେଉଥିବା ଯନ୍ତ୍ରଣାକୁ ଆମେ ଔଷଧ ଖାଇ ଦୂର କରିଥାଉ। ମାତ୍ର କିଛି ସହଜ ଘରୋଇ ଉପାୟ ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିପାରିବା। ଜାଣନ୍ତୁ କେମିତି…

ଅଦା ମାଇଗ୍ରେନ ପାଇଁ ଖୁବ ଉପକାରୀ ଅଟେ। ଏଥିରେ ଥିବା ପୋଷକ ତତ୍ତ୍ୱ ମାଇଗ୍ରେନ ଯନ୍ତ୍ରଣାକୁ ଦୂର କରିଥାଏ।

ଅଦାର ଗୁଣ୍ଡ ମାଇଗ୍ରେନ କାରଣରୁ ସୃଷ୍ଟି ହେଉଥିବା ଯନ୍ତ୍ରଣାକୁ ନଷ୍ଟ କରିଥାଏ। ପାଣିରେ ଅଦା ଗୁଣ୍ଡ ପକାଇ ଏହାକୁ ଅଳ୍ପ ଫୁଟାଇ ଏହାକୁ ସେବନ କରିବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳେ।

ମାଗ୍ନେସିୟମ:

ଶରୀରରେ ମାଗ୍ନେସିୟମର ମାତ୍ରା କମ ହେବା ଦ୍ୱାରା ମାଇଗ୍ରେନ ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ ମାଗ୍ନେସିୟମ ଯୁକ୍ତ ଖାଦ୍ୟପଦାର୍ଥର ଅଧିକ ସେବନ କରିବା ଉଚିତ। ଯେପରି ବାଦାମ, ରାଶି, କାଜୁ , ପିନଟ ବଟର, ଅଣ୍ଡା, କ୍ଷୀର ଆଦି ନିୟମିତ ଖାଇବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।

ମାଲିସ:

କପାଳକୁ ମାଲିସ କରିବା ଦ୍ୱାରା ରକ୍ତ ସଞ୍ଚାଳନ ସୂଚାରୁ ରୂପେ ହୋଇଥାଏ। ତେଣୁ ଧୀରେ ଧୀରେ କପାଳକୁ ମାଲିସ କରିବା ଦ୍ୱାରା ମାଇଗ୍ରେନ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ।

Comments are closed.