Latest Odisha News

BREAKING NEWS

ଆସନ୍ତୁ ଜାଣିବା ଶ୍ରୀକୃଷ୍ଣଙ୍କ ୫ ମାତାଙ୍କ ବିଷୟରେ

ପୁରୀ:ଏବେ ପରିବେଶ ଶ୍ରୀକୃଷ୍ଣମୟ ହୋଇ ଉଠୁଛି । ଭଗବାନ ବିଷ୍ଣୁଙ୍କ ୮ମ ଅବତାର ଭାବେ ଶ୍ରୀକୃଷ୍ଣଙ୍କୁ ବିବେଚନା କରାଯାଏ । ଜନ୍ମଷ୍ଟମୀ ନିକଟତର ହୋଇଥିବାରୁ ଆସନ୍ତୁ ଜାଣିବା ଶ୍ରୀକୃଷ୍ଣଙ୍କ ୫ ମାତାଙ୍କ ବିଷୟରେ ।
ଦେବକୀ ମାତା : ଭଗବାନଙ୍କ ଶ୍ରୀକୃଷ୍ଣଙ୍କ ପ୍ରକୃତ ମାତା ହେଲେ ଦେବକୀ । ଭାଦ୍ରବ ମାସ ଅଷ୍ଟମୀ ତିଥିରେ ମଥୁରା ଜେଲରେ ଶ୍ରୀକୃଷ୍ଣ ଜନ୍ମ ଗ୍ରହଣ କରିଥିଲେ । ମଥୁରା ରାଜା କଂସ ତାଙ୍କ ମୃତ୍ୟୁ କଥା ଜାଣିବା ପରେ କୃଷ୍ଣଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ । ଶେଷରେ କୃଷ୍ଣକୁ ଲୁଚାଇ ଯଶୋଦାଙ୍କୁ ପାଖକୁ ପଠାଇ ଦିଆ ଯାଇଥିଲା ।

ଯଶୋଦା ମାତା: ଜନ୍ମ କରି ନ ଥିଲେ ମଧ୍ୟ ଯଶୋଦା ମାଆଠାରୁ ଅଧିକ ସ୍ନେହ କରି ଶ୍ରୀକୃଷ୍ଣଙ୍କ ଲାଳନ ପାଳନ କରିଥିଲେ । ସେ ହେଉଛନ୍ତି ଶ୍ରୀକୃଷ୍ଣଙ୍କ ଦ୍ୱିତୀୟ ମାତା । ଯଶୋଦାଙ୍କୁ ପ୍ରଥମେ ଶ୍ରୀକୃଷ୍ଣ ବ୍ରହ୍ମାଣ୍ଡର ଦର୍ଶନ କରାଇଥିଲେ । ବ୍ରହ୍ମା, ଶିବ ଓ ପତ୍ନୀ ଲକ୍ଷ୍ମୀଙ୍କଠାରୁ ମଧ୍ୟ ଯଶୋଦାଙ୍କୁ ଶ୍ରୀକୃଷ୍ଣ ଅଧିକ ଭଲ ପାଇଥାନ୍ତି ।


ରୋହଣୀ ମାତା: ଭଗବାନ କୃଷ୍ଣଙ୍କ ପିତା ବାସୁଦେବଙ୍କ ପ୍ରଥମ ପତ୍ନୀ ହେଉଛନ୍ତି ରୋହିଣୀ । ସେ ବଳରାମ, ସୁଭଦ୍ରା ଓ ଏକାଙ୍ଗଙ୍କ ମାତା ଥିଲେ ଶ୍ରୀକୃଷ୍ଣଙ୍କ ନିଜ ସନ୍ତାନ ସମ ଲାଳନ ପାଳନ କରିଥାନ୍ତି । ଶ୍ରୀକୃଷ୍ଣ ମଧ୍ୟ ତାଙ୍କୁ ମାଆ ସମ୍ମାନ ଦେଇଥାନ୍ତି ।
ଗୁରୁମାତା ସୁମୁଖୀ: ଭଗବାନ କୃଷ୍ଣ ସନ୍ଦୀପନୀ ମୁନୀଙ୍କ ପତ୍ନୀ ସୁମୁଖୀ ଦେବୀଙ୍କୁ ମାତା ସ୍ଥାନ ଦେଇଛନ୍ତି । ସେ ହେଉଛନ୍ତି ମହାପ୍ରଭୁଙ୍କ ଗୁରୁମାତା । ସନ୍ଦୀପନ ଋଷି କୃଷ୍ଣ, ବଳରାମ ଓ ସୁଦାମାଙ୍କ ଗୁରୁ ଥିଲେ । ଶଙ୍ଖାସୁର ରାକ୍ଷସ ସମୁଖୀଙ୍କ ପୁତ୍ରକୁ ନେଇ ଯାଇଥିଲା । ଗୁରୁ ଦକ୍ଷିଣ ସ୍ୱରୂପ ସେ ଶ୍ରୀକୃଷ୍ଣ ତାଙ୍କ ପୁତ୍ର ମାଗିଥିଲେ । ମହାପ୍ରଭୁ ତାଙ୍କ ପୁଅ ଫେରାଇ ଆଣିଥିଲେ । ସେ ଆଶୀର୍ବାଦ ଦେଇଥିଲେ ଯେ, ତୁମେ ଜୀବୀତ ରହିଥିବା ଯାଁଏ ମାତାଠାରୁ ଦୂର ହେବ ନାହିଁ । ଶାସ୍ତ୍ର ଅନୁସାରେ ଯେତେଦିନ କୃଷ୍ଣ ବଂଚିଥିଲେ ମାତା ଦେବକୀ ମଧ୍ୟ ସେତେ ଦିନ ବଂଚିଥିଲେ ।

ପୁତନା ମାତା: କଂସଙ୍କ ପ୍ରରୋଚନାରେ ପୁତନା ରାକ୍ଷସୀ ସ୍ତନରେ କାଳକୂଟ ବିଷ ପ୍ରଲେପ କରି ଶ୍ରୀକୃଷ୍ଣଙ୍କୁ ମାରିବାକୁ ଆସିଥିଲା । ତେବେ ଶ୍ରୀକୃଷ୍ଣ ବିଷ ସହ ତାଙ୍କ ଜୀବନ ହରିଥିଲେ । ପ୍ରକୃତରେ ପୁତନା ପୂର୍ବ ଜନ୍ମରେ ବଳିଙ୍କ ଭଉଣୀ ଥିଲେ । ବାମନ ଅବତାରରେ ବିଷ୍ଣୁ ବଳୀଙ୍କ ପାଖକୁ ଆସିବା ବେଳେ ସେ ମନେ ମନୋ ତାଙ୍କ ପରି ପୁତ୍ର ଭାବେ ଚିନ୍ତା କରିଥିଲେ । ବଳୀଙ୍କଠାରୁ ସବୁକିଛି ମାଗି ନେଲା ପରେ ସେ ରାଗୀ ଯାଇଥିଲେ ଏବଂ କହିଥିଲେ, ମୋ ପୁତ୍ର ହୋଇଥିଲେ କ୍ଷୀରରେ ବିଷ ମିଶାଇ ପିଆଇ ଦେଇଥାନ୍ତି । ଭଗବାନ ତାଙ୍କ ୨ଟି ଯାକ ମନକଥା ପୂରଣ କରିଥିଲେ । ସେଥିପାଇଁ ପୁତନାଙ୍କୁ ଶ୍ରୀକୃଷ୍ଣଙ୍କୁ ୫ମ ମାତା କୁହାଯାଏ ।

Leave A Reply

Your email address will not be published.