Latest Odisha News

BREAKING NEWS

[ଭାଇରାଲ୍ ଭିଡିଓ] ମାଆ କରୁଛି ମାଆକୁ ସଲାମ

ସେ ଭାରତ ମାତା । ତ୍ରିରଙ୍ଗା ଫର୍ ଫର୍ ଉଡିଲା ବେଳେ ଆମ ଛାତି କୁଣ୍ଢେମୋଟ ହୋଇଯାଏ । କାରଣ ଆମେ ସ୍ୱାଧୀନ । ଇଂରେଜ ଶାସନ କାଳରେ ଏଇ ଭାରତ ଦେଖିଛି କେତେ କେତେ ଜୁଲମ୍‌, ଦେଖିଛି ଅତ୍ୟାଚାର । ଏଇ ମାଆ ମାଟି ପାଇଁ କେତେ ଯେ ଜୀବନ ଯାଇଛି କେତେ ରକ୍ତ ବୋହୁଛି । ପ୍ରତିବର୍ଷ ଅଗଷ୍ଟ ୧୫ ତାରିଖରେ ପତାକା ଉତ୍ତୋଳନ କରିବା ପରେ ତା ତଳେ ଠିଆ ହୋଇ ସମସ୍ତେ ମନେ ପକାନ୍ତି ସେଇ ବଳିଦାନକୁ ସେଇ ଇତିହାସକୁ ।

ବେଳେ ବେଳେ ଦେଖାଯାଏ ପତାକାର ଅସମ୍ମାନ । ଯାହାକୁ ସହଜରେ ଗ୍ରହଣ କରିହୁଏନି । ଉଠେ ପ୍ରତିବାଦର ସ୍ୱର । ଆଉ ବେଳେ ବେଳେ ଦେଶ ପାଇଁ ଆଉ ତ୍ରିରଙ୍ଗା ପାଇଁ ସମ୍ମାନ ଦେଖିଲେ ବେଶ୍ ଗର୍ବ ଲାଗେ । ଏମିତି ଏକ ଭିଡିଓ ସିସି ଟିଭିରେ କଏଦ ହୋଇଛି ।

ଜଣେ ମହିଳା ରାସ୍ତାରେ ଚାଲି କରି ଯାଉଛନ୍ତି । ହଠାତ୍ ନଜର ପଡିଲା ସେଇ ତ୍ରିରଙ୍ଗା ଉପରେ । ଚପଲ କାଢି ଆସିଲେ ତ୍ରିରଙ୍ଗା ତଳକୁ । ସେହିଠାରେ ଭକ୍ତିପୂତ ମୁଣ୍ଡିଆଟେ ମାରିଲେ । ଏହା ପରେ ତାକୁ ସାଲ୍ୟୁଟ୍ ବି କଲେ । ତ୍ରିରଙ୍ଗା ପ୍ରତି ତାଙ୍କର ଏହି ସମ୍ମାନର କଏଦ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

Leave A Reply

Your email address will not be published.