ମୁମ୍ବାଇ: ଜୁନ ୮ ତାରିଖରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଓ ଫିଲ୍ମ ନିର୍ମାତା ମହେଶ ଭଟ୍ଟଙ୍କ ମଧ୍ୟରେ ହୋଇଥିବା ହ୍ୱାଟ୍ସ ଆପ୍ ଚାଟ୍ ଏବେ ଭାଇରାଲ ହେଉଛି । ରିୟା ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଘର ଛାଡିବା ପରେ ଦୁହିଁଙ୍କ ମଧ୍ୟରେ ଏହି କଥାବାର୍ତା ହୋଇଥିଲା ।
ଚାଟ୍ରୁ ଯାହା ଜଣାପଡୁଛି ରିୟାଙ୍କ ବାପା ଓ ମହେଶ ଭଟ୍ଟ ଉଭୟ ରିୟା ଓ ସୁଶାନ୍ତ ସମ୍ପର୍କକୁ ନେଇ ଖୁସି ନ ଥିଲେ ।
ରିୟା ଲେଖିଛନ୍ତି, ‘ଆୟେଶା ଆଗେଇ ଆସିଛି ସାର୍ । ଏକ ଦୁଃଖଭରା ମନ ଓ ଆଶ୍ୱସ୍ତି ସହ’ । ଫିଲ୍ମ ‘ଜଲେବି’ରେ ରିୟା ଆୟେଶା ଚରିତ୍ରରେ ଅଭିନୟ କରିଥିଲେ । ତେଣୁ ସେ ନିଜକୁ ଆୟେଶା ବୋଲି ସମ୍ବୋଧନ କରି ଲେଖିଛନ୍ତି । ଏଥି ସହ ରେହା ଲେଖିଛନ୍ତି ଫୋନରେ ଆମର ଶେଷଥରର କଥାବାର୍ତ୍ତା ମତେ ଚେତେଇ ଦେଲା । ଏହି ମେସେଜର ଉତ୍ତରରେ ମହେଶ ଲେଖିଛନ୍ତି, ‘ତମେ ମୋ ପରୀ, ସେବେ ବି ଥିଲ ଆଜିବି ଅଛ’ ।
ଏହା ପର ଧାଡିରେ ମହେଶ ଲେଖିଛନ୍ତି ‘ଆଉ ପଛକୁ ଫେରିଚାହଁନି । ତମେ ବାପାଙ୍କ ପ୍ରତି ମୋର ସ୍ନେହ, ଏହି ନିଷ୍ପତ୍ତିରେ ସେ ନିଶ୍ଚୟ ଖୁସି ହେଉଥିବେ ।’
ଏହାର ଉତ୍ତରରେ ରିୟା ଲେଖିଛନ୍ତି ‘ଫୋନରେ ଆପଣ ମୋ ବାପାଙ୍କ ସମ୍ପର୍କରେ ଯାହା କହିଲେ ତାହା ମତେ ସାହାସ ଦେଲା, ଶକ୍ତି ବି ଦେଲା । ସେ ଆପଣଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆପଣ ସବୁବେଳେ ସ୍ୱତନ୍ତ୍ର ।’
ମହେଶ ଲେଖିଛନ୍ତି, ‘ତମେ ମୋ ଝିଅ ମୁଁ ହାଲକା ଅନୁଭବ କରୁଛି ।’ ରିୟା ଲେଖିଛନ୍ତି ‘ଆ ହାଃ … ସାର୍ । ଆପଣଙ୍କ ପାଇଁ ମୋ ଭାବପ୍ରବଣତା ରହଛି ।’
ମହେଶ ଲେଖିଛନ୍ତି ‘ଧନ୍ୟବାଦ ତମ ସାହାସ ପାଇଁ’ ।
ଶେଷ ଧାଡିରେ ରିୟା ଲେଖିଛନ୍ତି, ‘ମୋର ସବୁଠୁ ପ୍ରିୟ ଲୋକ ମୁଁ ଆପଣଙ୍କୁ ଭଲ ପାଏ । ମୋ ପାଇଁ ଆପଣ ଗର୍ବିତ ହେବେ । ’
ମହେଶ ଇମୋଜି ସହ ଲେଖିଛନ୍ତି ‘ତମେ ଯାହା କରିଛ ସେଥି ପାଇଁ ପ୍ରକୃତ ସାହାସ ଦରକାର ଆଉ ପଛକୁ ଚାହଁ ନାହିଁ । ’
Comments are closed.