Latest Odisha News

BREAKING NEWS

ପ୍ରବାସୀ ସାଜିଲେ ବଳାତ୍କାରୀ, ନାବାଳିକାକୁ ଗଣଦୁଷ୍କର୍ମ !

କେରଳ: ସମୟ ଥିଲା ବାହାରେ ଥିବା ପ୍ରବାସୀ ଶ୍ରମିକଙ୍କୁ ଆଣିବା ପାଇଁ ବିଭିନ୍ନ ରାଜ୍ୟର ସରକାର ତତ୍ପର ଥିଲେ । କାରଣ ସାଜିଥିଲା କରୋନା । ହେଲେ ଏବେ ସେହି ପ୍ରବାସୀଙ୍କ ପାଇଁ ସାମ୍ନାକୁ ଆସିଛି ଏକ ଘୃଣ୍ୟ ଘଟଣା । ଜଣେ ନାବାଳିକା ସହ ହୋଇଛି ଗଣଦୁଷ୍କର୍ମ ।

ଗଣଦୁଷ୍କର୍ମ ମାମଲାରେ ୩ଜଣ ପ୍ରବାସୀ ଶ୍ରମିକଙ୍କୁ ମଙ୍ଗଳବାର କେରଳ ପୋଲିସ ଗିରଫ କରିଛି । ଜଣେ ନାବାଳିକା ସହ ଦୁଷ୍କର୍ମ ହୋଇଥିବା ନେଇ ଜଣେ ବୃଦ୍ଧା ରବିବାର ଥାନାରେ ଏତଲା ଦେଇଥିଲେ । ପରେ ଏତଲା ଓ ଡାକ୍ତରୀମାଇନା ରିପୋର୍ଟକୁ ଆଧାର କରି ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲା ।

ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ସାହିଦ, ଫରହାଦ୍ ଖାନ ଓ ହନିଫା । ଏହି ତିନିଜଣ ଉତ୍ତରପ୍ରଦେଶର ହୋଇଥିଲେ ହେଁ କେରଳରେ ରହି ବଢେଇ ଭାବେ କାମ କରୁଥିଲେ । ରିପୋର୍ଟ ଅନୁଯାୟୀ ୩ ଅଭିଯୁକ୍ତ ନାବାଳିକାଙ୍କ ଘର ପାଖରେ ରହୁଥିଲେ । ପ୍ରାୟତଃ ସମୟ ଧମକଚମକ ଦେବା ସହ ନାବାଳିକାକୁ ଜୋର ଜବରଦସ୍ତ ନିଜ ଘରକୁ ନେଇଯାଉଥିଲେ । ପ୍ରତ୍ୟେକ ଥର ନାବାଳିକାକୁ ଦିଆଯାଉଥିଲା ଯୌନ ନିର୍ଯାତନା ।

ସ୍କୁଲରେ କାଉନସେଲିଂ ସମୟରେ ସାମ୍ନାକୁ ଆସଥିଲା ଏହି ଘୃଣ୍ୟ ଘଟଣା । ଗଣଦୁଷ୍କର୍ମ ମାମଲାରେ ୬ଜଣ ସଂପୃକ୍ତ ଥିଲାବେଳେ ଲକ୍‌ଡାଉନ ସମୟରେ ୩ଜଣ ଚମ୍ପଟ୍ ମାରିଥିଲେ । ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ କେରଳ ପୋଲିସ ଉତ୍ତରପ୍ରଦେଶ ପୋଲିସର ସହାୟତା ମାଗିଛି । ତେବେ ମାର୍ଚ୍ଚ ମାସରୁ ନାବାଳିକାଙ୍କ ସହ ଏହି ଘୃଣ୍ୟ ଘଟଣା ଘଟିଆସିଥିବା ସୂଚନା ରହିଛି ।

Leave A Reply

Your email address will not be published.