ସିଡନୀ: ଅଷ୍ଟ୍ରେଲିଆ ମହାନ ଖେଳାଳି ଡନ ବ୍ରାଡମ୍ୟାନଙ୍କ ଆଜି ଜନ୍ମଦିନ । ୨୭ ଅଗଷ୍ଟ ୧୯୦୮ରେ ନ୍ୟୁ ସାଉଥ ୱେଲ୍ସରେ ଜନ୍ମଗ୍ରହଣ କରିଥିଲେ । କ୍ରିକେଟରେ ଡନଙ୍କ ପରିଚୟ ଦେବା ଆବଶ୍ୟକ ନାହିଁ । ଆସନ୍ତୁ ଜାଣିବା ରେକର୍ଡର ପରିଭାଷା ବଦଳାଇ ଦେଇଥିବା ଡନଙ୍କ ସ୍ମରଣୀୟ ଡଜନ କୀର୍ତିମାନ ବିଷୟରେ ।
୧.ଟେଷ୍ଟ କ୍ରିକେଟ ଇତିହାସରେ ଡନ ବ୍ରାଡମ୍ୟାନ ଏକମାତ୍ର ଖେଳାଳି ଭାବେ ୯୯.୯୪ ଆଭରେଜରେ ରନ ସଂଗ୍ରହ କରିଛନ୍ତି ।
୨.ସେ ୫୨ ଟେଷ୍ଟରେ ୬୯୯୬ ରନ କରିଥିଲେ । ଅନ୍ତିମ ଇନିଂସରେ ଶୂନରେ ଆଉଟ ହେବା ଫଳରେ ୧୦୦ଆଭରେଜରେ ପଂହଚିପାରି ନଥିଲେ ।
୩. ଅଧିନାୟକ ଭାବେ ଏବେ ବି ଗୋଟିଏ ସିରିଜରେ ସର୍ବାଧିକ ରନ ସଂଗ୍ରହ ରେକର୍ଡ ବ୍ରାଡମ୍ୟାନଙ୍କ ନାମରେ ରହିଛି । ସେ ଇଂଲଣ୍ଡ ବିପକ୍ଷରେ ୮୧୦ ରନ ସଂଗ୍ରହ କରିଥିଲେ ।
୪.ଇଂଲଣ୍ଡ ବିପକ୍ଷରେ ସେ ସର୍ବାଧିକ ରନ (୫୦୨୮) ଓ ଶତକ (୧୯) ସଂଗ୍ରହ କରିଛନ୍ତି ।
୫.୧୯୩୦ରେ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ସେ ଗୋଟିଏ ଦିନରେ ୩୦୯ ରନ ସଂଗ୍ରହ କରିଥିଲେ । ଏବେ ବି ଏହି ରେକର୍ଡ ବଳବତର ରହିଛି ।
୬.ସର୍ବାଧିକ ଦ୍ୱିଶତକ ହାସଲ କରିବା ରେକର୍ଡ ବ୍ରାଡମ୍ୟାନଙ୍କ ନାମରେ ରହିଛି । ସେ ୧୨ ଦ୍ୱିଶତକ ମାରିଥିଲେ ।
୭. ସବୁଠାରୁ କମ୍ ଇନିଂସରେ ସେ ୨୦୦୦(୨୨), ୩୦୦୦(୩୩), ୪୦୦୦(୪୮), ୫୦୦୦(୫୬) ଓ ୬୦୦୦(୬୮) ରନ ହାସଲ କରିଥିଲେ ।
୮. ଇଂଲଣ୍ଡର ଅଲୋଡା ଏକ୍ସିପେରିମେଂଟ ବଡିଲାଇନ ବୋଲିଂରେ ସେ ଏକମାତ୍ର ବ୍ୟାଟ୍ସମ୍ୟାନ ଭାବେ ୫୦ରୁ ଊଦ୍ଧ୍ୱ ହାରରେ ରନ ସଂଗ୍ରହ କରିଥିଲେ ।
୯. ଏତେ ମାତ୍ରାରେ ରନ ସଂଗ୍ରହ କରିଥିଲେ ମଧ୍ୟ ସେ ତାଙ୍କ ଅନ୍ତର୍ଜାତୀୟ ଟେଷ୍ଟ କ୍ୟାରିୟରରେ ମାତ୍ର ୬ଟି ଛକା ମାରିଥିଲେ ।
୧୦. ଅଷ୍ଟ୍ରେଲିଆ ପକ୍ଷରୁ ଅନ୍ତର୍ଜାତୀୟ ଟେଷ୍ଟ ଖେଳିବା ସମୟରେ ସେ ଦଳର ୨୬ ପ୍ରତିଶତ ରନ ଏକାକୀ ସଂଗ୍ରହ କରିଥିଲେ ।
୧୧.ପ୍ରଥମ ଶ୍ରେଣୀ କ୍ରିକେଟରେ ସେ ୯୬ ଆଭରେଜରେ ରନ କରିଥିଲେ ।
୧୨. ଯଦି ସେ ଆଗକୁ ୬୯ ଇନିଂସ ଖେଳି ଶୂନରେ ଆଉଟ ହୋଇଥାନ୍ତେ ତାହାହେଲେ ବି ୫୦ରୁ ଊର୍ଦ୍ଧ୍ୱ ଆଭରେଜ ରହିଥାନ୍ତା ।
BREAKING NEWS
- Ratna Bhandar: ପ୍ରଥମଦିନର ଗଣତି ମଣତି ପ୍ରକ୍ରିୟା ଶେଷ,ଅଳଙ୍କାର ବିଷୟରେ ସୂଚନା ନଦେବା ପାଇଁ ନିର୍ଦ୍ଦେଶ
- India not a dalal nation:”ଆମେ ପାକିସ୍ତାନ ପରି ଦଲାଲ ହୋଇପାରିବୁ ନାହିଁ”
- Jagannath Temple: ଶ୍ରୀମନ୍ଦିର ଉପରେ ଚକ୍କର କାଟିଲା ୨ଟି ଡ୍ରୋନ୍ ;୨ ଅଟକ
- ବିଜେଡିକୁ ଫେରିଲେ ରଘୁନାଥ ମହାନ୍ତି ଓ ଜୀବନ ପ୍ରଦୀପ ଦାସ
- ହର୍ଷିତଙ୍କ ବଦଳ ଖେଳାଳି ଭାବେ ସାମିଲ ହେଲେ ନବଦୀପ
- NASSCOM Awards: ସିଏସ୍ଏମ୍ ଟେକ୍ନୋଲୋଜିସ୍ କୁ GovTech ସମ୍ମାନ
- ଆଇପିଏଲ: ଆସନ୍ତୁ ଜାଣିବା କେଉଁ ଦଳ ଜିତିନି ଟାଇଟଲ
- CPET 2026:ଏହି ତାରିଖରୁ ଆରମ୍ଭ ହେବ CPET ପ୍ରବେଶିକା ପରୀକ୍ଷା;ଆବେଦନ କଲେ ୫୮,୭୦୮ ଜଣ ଛାତ୍ରଛାତ୍ରୀ
- ରସେଲଙ୍କ ୧୨ ନମ୍ବର ଜର୍ସିକୁ ଦିଆଗଲା ଅବସର
- Global arms smuggling network:ଦିଲ୍ଲୀରେ ଚୀନ୍, ଜର୍ମାନୀ ଏବଂ ତୁର୍କୀରେ ତିଆରି ହାଇଟେକ୍ ଅସ୍ତ୍ରଶସ୍ତ୍ର ଉଦ୍ଧାର;ରହିଛି ପାକ୍ ଲିଙ୍କ, ୧୦ ଗିରଫ
Comments are closed.