Latest Odisha News

BREAKING NEWS

ଆଉ ଜଣେ ପୂର୍ବତନ ବିଧାୟକଙ୍କୁ କରୋନା

କେନ୍ଦ୍ରାପଡା: ରାଜ୍ୟର ଆଉ ଜଣେ ପୂର୍ବତନ ବିଧାୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସମ୍ପୃକ୍ତ ବିଧାୟକ ଜଣକ ଆଳି ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା।

ନିକଟରେ ସେ ଅସୁସ୍ଥତା କାରଣରୁ ଚିକିତ୍ସା ଲାଗି ଭୁବନେଶ୍ୱରର କେୟାର ହସ୍ପିଟାଲକୁ ଯାଇଥିବା ବେଳେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା । ଯାହା ପରେ ସେ କରୋନା ସଂକ୍ରମିତ ଥିବା ଜଣା ପଡିଥିଲା ।

ଏହା ପରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ନେଇ ତାଙ୍କ ଝିଅ ଡ. ଦେବସ୍ମିତା ଶର୍ମା ପ୍ରକାଶ କରିଛନ୍ତି ।

ଶ୍ରୀ ଶର୍ମା କଂଗ୍ରେସ ଟିକେଟରେ ୨୦୧୪ ମସିହାରେ ବିଧାନସଭା ନିର୍ବାଚନ ଜିତିଥିଲେ ।

ଉଲ୍ଲେଖଯୋଗ୍ୟ, ନିକଟରେ ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାହୁ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।

Leave A Reply

Your email address will not be published.