Latest Odisha News

BREAKING NEWS

ଖେଳରେ ଖେଳରେ ଶିଖିବା : କାଗଜ ହେଲିକପଟର

ଏବେ ତ କରୋନା ପାଇଁ ଚାରିଆଡେ ଲକ୍ ଡାଉନ । ସ୍କୁଲ ବି ବନ୍ଦ । ତେଣୁ ତମେ ପିଲାମାନେ ଘରେ ରହି ରହି ବୋର ହେଇଯିବଣି । ବାହାରକୁ ଯାଇ ତ ଖେଳିବା ମନା । ଘରେ ସେଇ ଖେଳଣାରେ କେତେ ଆଉ ଖେଳିବ । ତେଣୁ ଆଜି ଆମେ ଗୋଟେ ନୂଆ କଥା ଶିଖିବା । ଆଜି ଶିଖିବା କାଗଜର ହେଲିକପଟର କେମିତି ତିଆରି କରନ୍ତି ।

କେମିତି ଉଡେ ହେଲିକପଟର ? ହେଲିକପଟର ଉପରେ ଦୁଇ ପ୍ରକାର ବଳ କାମ କରେ । ମାଧ୍ୟାକର୍ଷଣ ବଳ ହେଲିକପଟରକୁ ତଳକୁ ଟାଣେ । ଆଉ ତାକୁ ଉପରକୁ ଉଠାଇ ରଖେ ଜୋରରେ ଘୁରୁଥିବା ଏହାର ବ୍ଲେଡ୍ ।

ହେଲିକପଟରର ଏହି ବିଜ୍ଞାନ ବୁଝିବା ଲାଗି ଆମେ ଗୋଟିଏ ହେଲିପକଟର ତିଆରି କରିବା । ଏଥିଲାଗି ଆମକୁ ଦରକାର ଖଣ୍ଡିଏ କାଗଜ ପଟି, କଇଁଚି ଏବଂ ଗୋଟିଏ ପେପର କ୍ଲିପ୍ । ଘରେ ହାତ ପାହାନ୍ତାରେ ଅତି ସହଜରେ ମିଳୁଥିବା ଏସହ ଜିନିଷରୁ ଆମେ ତିଆରି କରି ପାରିବା ହେଲିକପଟର ମଡେଲ୍ ।

୨ ଇଂଚ ଙ୍ଘ ୮ଇଂଚ ଲମ୍ବର କାଗଜ ଖଣ୍ଡିଏ ନିଅ । ସାନ ବଡ ହେଲେ ବି କିଛି ଅସୁବିଧା ନାହିଁ । ଚିତ୍ରରେ ଦେଖା ଯାଇଥିବା ଭଳି କେବଳ ଗାର ଉପରେ କାଗଜକୁ କାଟ । ବିନ୍ଦୁ ଉପରେ କାଗଜକୁ ଭାଙ୍ଗ । ହେଲିକପଟରର ରୋଟର୍ ବ୍ଲେଡ୍ ଭଳି କାଗଜକୁ ବୀପରିତ ଦିଗରେ ଭାଙ୍ଗିଦିଅ । ଠିକ ସେମିତି ହେଲିକପଟର ମଡେଲର ତଳ ପଟରେ ପେପର କ୍ଲ୍ପ୍ ଲଗାଅ ।

ଏବେ ଉପରୁ ହେଲିକପରକୁ ଉପରୁ ପକାଅ । ପ୍ରାୟ ୨ମିଟର ଉଚ୍ଚରୁ ଏହାକୁ ପକାଅ । ଦେଖ କେମିତି ହେଲିକପଟର ରୋଟର ବ୍ଲେଡ୍ ଘୁରୁଛି ଏବଂ ହେଲିକପଟର ଧୀରେ ଧୀରେ ତଳକୁ ଖସୁଛି ।

Comments are closed.