Latest Odisha News

BREAKING NEWS

ସ୍କୁଲ ଫି’ ବୃଦ୍ଧିର ଆପୋସ ସମାଧାନ କର: ହାଇକୋର୍ଟ

କଟକ: ହାଇକୋର୍ଟରେ ପହଂଚିଛି ଘରୋଇ ସ୍କୁଲ ଫି’ ବୃଦ୍ଧି ମାମଲା । ସମସ୍ତ ପକ୍ଷଙ୍କୁ ନେଇ ବୈଠକ କରିବା ଲାଗି ଗଣଶିକ୍ଷା ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅଭିଭାବକ ମହାସଂଘ, ଶିକ୍ଷକ ସଂଘ, ସ୍କୁଲ କର୍ତ୍ତୃପକ୍ଷଙ୍କୁ ବୈଠକରେ ସାମିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆପୋସ ମାଧାନରେ ସୂତ୍ର ବାହାର କରିବାକୁ କୋର୍ଟ ପରାମର୍ଶ ଦେଇଛନ୍ତି।

ଯଦି କୌଣସି ନିର‌୍ୟାସ୍ ନବାହାରେ ତାହେଲେ କୋର୍ଟ ନିଷ୍ପତ୍ତି ନେବେ । କୋର୍ଟ ଆସନ୍ତା ସପ୍ତାହରେ ଏହି ମାମଲାର ଶୁଣାଣି କରିବେ । ସୂଚନାଯୋଗ୍ୟ ଯେ, ଘରୋଇ ସ୍କୁଲ ଫ’ ବୃଦ୍ଧି ମାମଲାରେ ଅଭିଭାବକ ମହାସଂଘ ହାଇକୋର୍ଟ ଯାଇଥିଲା ।

Comments are closed.