Latest Odisha News

BREAKING NEWS

ସାବଧାନ! ଆରାମ ବଦଳରେ ଯନ୍ତ୍ରଣା ଦେଇ ପାରେ ପେନ କିଲର

ଭୁବନେଶ୍ୱର: ଶରୀରର କିଛି ଅଂଶରେ ଯଦି ଅସହ୍ୟ ପୀଡା ହୁଏ ତେବେ ଏଥିରୁ ମୁକ୍ତି ପାଇଁ ଆମେ ପେନ କିଲର ଖାଇଥାଉ। ଏହା ଖୁବ୍‌ କମ୍‌ ସମୟରେ ଯନ୍ତ୍ରଣାରୁ ମୁକ୍ତି ଦେଉଥିବା ବେଳେ ଶରୀର ପାଇଁ ଏହା ଅତ୍ୟନ୍ତ ହାନିକାରକ ହୋଇଥାଏ। ଅଧିକାଂଶ ଲୋକେ ଆଣ୍ଠୁଗଣ୍ଠି ଦରଜ ହେବା ମାତ୍ରେ ପେନକିଲର ଖାଇଥାନ୍ତି। କିନ୍ତୁ ଏହାକୁ ଅଧିକ ମାତ୍ରାରେ ଖାଇବା ଦ୍ୱାରା ହାଡ଼ ମଧ୍ୟ ଦୁର୍ବଳ ହୋଇଯାଏ।

ପେନକିଲର‌ ଖାଇଲେ ଶରୀରରେ କ’ଣ ସବୁ କ୍ଷତି ଘଟିଥାଏ, ଜାଣନ୍ତୁ…

ପେନକିଲର ନିୟମିତ ବ୍ୟବହାର ଦ୍ୱାରା ଏହାର ଖରାପ ପ୍ରଭାବ କିଡ୍‌ନୀ ଉପରେ ପଡ଼ିଥାଏ। ଏହାସହ ହାର୍ଟ ଜନିତ ସମସ୍ୟା ଦେଖା ଦେଇଥାଏ।

ଆହୁରି ମଧ୍ୟ ଏସିଡିଟି, ବାନ୍ତି, ଡାଇରିଆ ସହିତ ବିଭିନ୍ନ ପ୍ରକାର ପେଟ ସମସ୍ୟା ଦେଖାଯାଇଥାଏ।

ପେନକିଲର‌ ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପ ପରି ସମସ୍ୟା ଦେଖାଯାଇଥାଏ।

Comments are closed.