Latest Odisha News

BREAKING NEWS

ଭାରତରେ ଆତଙ୍କବାଦୀ ମେମୋରିଆଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ !

ଜାମ୍ମୁ ଓ କାଶ୍ମୀର: ଚାଲିଥିଲା ଆତଙ୍କବାଦୀ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ । ଖବର ପାଇ ଚଢାଉ କରିଥିଲା ପୋଲିସ । ଆତଙ୍କବାଦୀ ନାଁରେ ବଣ୍ଟାଯାଇଥିଲା ଜର୍ସି । ଦେଶ ବିରୋଧୀ କାର୍ଯ୍ୟାକଳାପ ଆଇନ ଅନୁଯାୟୀ ଗିରଫ ହେଲେ ୧୦ ଯୁବ କ୍ରିକେଟ୍ ଖେଳାଳି ।

ୟୁଏପିଏ ବା (Unlawful Activities Prevention Act) ଧାରା ଅଧୀନରେ ଗୁରୁବାର ଜାମ୍ମୁ କାଶ୍ମୀର ପୋଲିସ ୧୦ଜଣ ଯୁବକଙ୍କୁ ଗିରଫ କରିଥିଲା । ଗିରଫ ଅଭିଯୁକ୍ତମାନେ ସୋଫିଆନ୍ ଜିଲ୍ଲାରେ ଜଣେ ମୃତ ଆତଙ୍କବାଦୀ ନାଁରେ ଆୟୋଜିତ ହୋଇଥିବା କ୍ରିକେଟ୍ ପ୍ରତିଯୋଗୀତାରେ ଭାଗ ନେଇଥିଲେ ।

୨୦୧୯ରେ ନିହତ ହୋଇଥିବା ଆତଙ୍କବାଦୀ ନେତା ସୟଦ ରୁବାନ୍‌ର ଭାଇ ତାଜାମୁଲ୍ କ୍ରିକେଟ ପ୍ରତିଯୋଗୀତାର ଆୟୋଜନ କରିଥିଲା । ଆୟୋଜିତ କ୍ରିକେଟ୍ ଖେଳରେ ବହୁ ଲୋକଙ୍କର ସମାଗମ ହୋଇଥିଲାବେଳେ କ୍ରିକେଟ୍ ଖେଳାଳିଙ୍କ ସମେତ ଦର୍ଶକଙ୍କୁ ବି ଜର୍ସି ବଣ୍ଟାଯାଇଥିଲା । ଏହି ଜର୍ସିରେ ମୃତ ଆତଙ୍କବାଦୀର ନାଁ ବି ଛପାଯାଇଥିଲା ।

ମୃତ ସୟଦ ରୁବାନ୍ ୨୦୧୮ରେ ଆତଙ୍କବାଦରେ ସାମିଲ ହୋଇଥିଲା । ଏପରିକି ସେ ହିଜବୁଲ ମୁଜାହିଦ୍ଦିନ କମାଣ୍ଡର ସୟଦ ନାଭେଦ ବାବୁର ସମ୍ପର୍କୀୟ ବୋଲି ଜଣାପଡିଛି । ରୁବାନର ଭାଇ ତାଜାମୁଲ ନାଜନୀନ୍‌ପୁରା, ପିଂଜୁରା, ସୋଫିଆନ୍‌, କାକାପୋରା, ପୁଲୱାମା ଓ ଦକ୍ଷିଣ କାଶ୍ମୀରର ଅନେକ ଜିଲ୍ଲାରେ ସୟଦ ରୁବାନର ନାଁ ଥିବା ଜର୍ସି ବଣ୍ଟନ କରିଥିଲା ।

ଗିରଫ ତାଜାମୁଲ କ୍ରିକେଟ ଖେଳକୁ ପ୍ରଚାର କରୁଥିବା ବୟାନ ଦେଇଛି । ଅନ୍ୟପଟେ ୟୁଏପିଏ ଧାରାରେ ଗିରଫ ଅଭିଯୁକ୍ତଙ୍କୁ ସାତବର୍ଷ ପର୍ଯ୍ୟନ୍ତ କାରାଦଣ୍ଡାଦେଶ ଓ ଜରିମାନା ମଧ୍ୟରେ ଦଣ୍ଡିତ କରାଯାଇପାରେ ।

Leave A Reply

Your email address will not be published.