Latest Odisha News

BREAKING NEWS

ଜାଣନ୍ତୁ, ଆୟୋଡ଼ିନ୍ ଅଭାବରେ ପିଲାଙ୍କୁ କ’ଣ ଖାଇବାକୁ ଦେବେ?

ଭୁବନେଶ୍ୱର: ପିଲାମାନଙ୍କୁ ସୁସ୍ଥ ରଖିବାକୁ ହେଲେ ତାଙ୍କୁ ସ୍ୱାସ୍ଥ୍ୟକର ଖାଦ୍ୟ ଦେବା ନିହାତି ଆବଶ୍ୟକ । ସ୍ୱାସ୍ଥ୍ୟକର ଖାଦ୍ୟରେ ହିଁ ଶିଶୁର ମାନସିକ ଏବଂ ଶାରୀରିକ ବିକାଶ ଭଲ ଭାବେ ହୋଇପାରେ ।

ଏହି ଅନୁଧ୍ୟାନ ଅନୁଯାୟୀ, ଶିଶୁର ବିକାଶ ପାଇଁ ଭିଟାମିନ୍ ଏବଂ ମିନେରାଲ୍ସ ସହିତ ଆୟୋଡ଼ିନର ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ।

ଗର୍ଭବତୀ ମହିଳାଙ୍କ ଆହାରରେ ଆୟୋଡିନ୍ ଅଭାବ ରହିଲେ ହାଇପୋଥାଇରଏଡ୍ ବଢ଼ିଯାଏ, ଫଳରେ ଶିଶୁର ମସ୍ତିଷ୍କ ଦୁର୍ବଳ ହେବାକୁ ଲାଗେ । ତେଣୁ ଗର୍ଭାବସ୍ଥା ଏବଂ ଜନ୍ମ ପରେ ଶିଶୁ ପାଇଁ ଆୟୋଡିନ୍ ପର୍ଯ୍ୟାପ୍ତ ମାତ୍ରାରେ ମିଳିବା ଜରୁରୀ । ବଢୁଥିବା ପିଲାମାନଙ୍କୁ ମଧ୍ୟ ଆପଣ ଆୟୋଡ଼ିନଯୁକ୍ତ ଖାଦ୍ୟ ଦେବା ଜରୁରୀ ।ପନିର: ଆପଣଙ୍କ ଶିଶୁକୁ ପନିର୍ ଖାଇବାକୁ ଦିଅନ୍ତୁ । ପନିର୍ରେ ସାଣ୍ଡ୍ୱିଚ୍ କିମ୍ବା ଅନ୍ୟ କୌଣସି ଖାଦ୍ୟ ତିଆରି କରି ଶିଶୁକୁ ଖୁଆଇପାରିବେ ।

ସି ଫୁଡ୍: ସି ଫୁଡ୍ ଆୟୋଡିନ୍ର ସବୁଠୁ ଅଧିକ ଉତ୍ସ । ଜଳଖିଆରେ କୌଣସି ସି ଫୁଡ୍ ଦେବା ଉଚିତ୍ । ଏହାକୁ ପିଲା ଖୁବ୍ ଖୁସିରେ ଖାଇଦେଇପାରିବ ।
ଅଣ୍ଡା: ଅଣ୍ଡାର କେଶର ବା ହଳଦିଆ ଅଂଶରେ ସବୁଠୁ ଅଧିକ ଆୟୋଡିନ୍ ରହିଛି । ଏଥିପାଇଁ ଶିଶୁକୁ ଜଳଖିଆରେ ଗୋଟିଏ ସିଝା ଅଣ୍ଡା କିମ୍ବା ଅଣ୍ଡା ଭଜା ଦିଅନ୍ତୁ ।
କ୍ଷୀର: ସାଧାରଣତଃ ପିଲାମାନେ କ୍ଷୀର ପିଇବାକୁ ପସନ୍ଦ କରନ୍ତି ନାହିଁ । କିନ୍ତୁ କ୍ଷୀରରେ ପାଖାପାଖି ୧୫୦ ମାଇକ୍ରୋଗ୍ରାମ୍ ଆୟୋଡିନ୍ ରହିଛି । ତେଣୁ ଯଦି ପିଲା କ୍ଷୀର ପିଇବାକୁ ପସନ୍ଦ କରୁନାହିଁ ସେଥିରେ ଚକୋଲେଟ୍ ଗୁଣ୍ଡ ପକାଇ ଦିଅନ୍ତୁ, ସହଜରେ ପିଇଦେବ ।

ଦହି: ଅଧିକାଂଶ ଶିଶୁ ଦହି ଖାଇବାକୁ ପସନ୍ଦ କରନ୍ତି, କିନ୍ତୁ ଆପଣ ଜାଣନ୍ତି ନାହିଁ ଯେ ଦହିରେ ଆୟୋଡିନ୍ର ମାତ୍ରା ଅଧିକ ।

ଏହା ବ୍ୟତୀତ କ୍ୟାଲସିୟମ୍ ଏବଂ ପ୍ରୋଟିନ୍ ଯୋଗୁଁ ଦହି ସେବନ କରିବା ପେଟ ପାଇଁ ଲାଭଦାୟକ ।

Leave A Reply

Your email address will not be published.