Latest Odisha News

BREAKING NEWS

ଅଡୁଆରେ ଅଭିଜିତ, ବଢିଲା ଆଉ ୧୪ ଦିନ ଜେଲ ଅବଧି

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ବିଶ୍ୱପ୍ରସିଦ୍ଧ କୋଣାର୍କର ଭାସ୍କର୍ଯ୍ୟ, ଓଡ଼ିଶାର ବିଧାୟକ ତଥା ସାମ୍ବାଦିକଙ୍କ ସମ୍ପର୍କରେ କଟୁ ମନ୍ତବ୍ୟ ପ୍ରଦାନ କରି ହଟହଟା ହୋଇଥିବା ରିସର୍ଚ୍ଚ ସ୍କଲାର୍ ଅଭିଜିତ ଆୟାର୍ ମିତ୍ରଙ୍କ ଅଡୁଆ କ୍ରମେ ବଢି ବଢି ଯାଉଛି । ସ୍ଥାନୀୟ ଝାରପଡ଼ା ଜେଲରେ ମଙ୍ଗଳବାରଦିନ ହୋଇଥିବା କ୍ୟାମ୍ପକୋର୍ଟରେ ଅଦାଲତ ଅଭିଜିତଙ୍କ ଜେଲ ଅବଧି ଆଉ ଅଧିକ ୧୪ ଦିନକୁ ବୃଦ୍ଧି କରିଛନ୍ତି ।

ଓଡ଼ିଶାର ସ୍ୱାଭିମାନରେ ଆଞ୍ଚ ଆସିବା ପରି କିଛି ଅଶାଳୀନ ମନ୍ତବ୍ୟ ସୋସିଆଲ ମିଡ଼ିଆରେ ଭିଡ଼ିଓ ଅପଲୋଡ଼ କରିଥିଲେ ଏହି ବଙ୍ଗୀୟ ରିସର୍ଚ୍ଚ ସ୍କଲାର୍ ଅଭିଜିତ ଆୟାର୍ ମିତ୍ର ।

ତେବେ ଅକ୍ଟୋବର ୨୩ ତାରିଖରେ ଓଡ଼ିଶା ବିଧାନସଭା ଗୃହ କମିଟିରେ ପ୍ରଥମେ ହାଜର ହେବା ପରେ ସହିଦନଗର ପୋଲିସ ତାଙ୍କୁ ଗିରଫ କରି ଏସଡ଼ିଜିଏମ କୋର୍ଟରେ ହାଜର କରାଇଥିଲେ । ପରେ ତାଙ୍କ ଜାମିନ ଖାରଜ ହୋଇଯିବା ପରେ ପୋଲିସ ଝାରପଡ଼ା ଜେଲକୁ ପଠାଇଦେଇଥିଲେ ।

ଅଦାଲତର ନିର୍ଦ୍ଦେଷାନୁଯାୟୀ ସେ ନଭେମ୍ବର ୫ ପର୍ଯ୍ୟନ୍ତ ୧୪ ଦିନିଆ ବିଚାରବିଭାଗୀୟ ହାଜତରେ ରହିଛନ୍ତି ।

ସେହିପରି ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର ସମ୍ପର୍କରେ ଅଭିଜିତ ଦେଇଥିବା ଅଶାଳୀନ ମନ୍ତବ୍ୟ ସମ୍ପର୍କରେ ଯେଉଁ ଅଭିଯୋଗ ରହିଥିଲା ସେଥିପାଇଁ ଅକ୍ଟୋବର ୨୫ ତାରିଖ ଦିନ କୋଣାର୍କ ପୋଲିସ ଅଭିଜିତଙ୍କୁ ୪ଦିନିଆ ରିମାଣ୍ଡରେ ନେଇଥିଲେ ।

ବରିଷ୍ଠ କଂଗ୍ରେସ ନେତା ତଥା ବିରୋଧି ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ବିଧାନସଭା ଗୃହ କମିଟି ଅଭିଜିତଙ୍କୁ ନଭେମ୍ବର ୨ ତାରିଖରେ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେ ସେହିଦିନ ଗୃହକମିଟିରେ ହାଜର ହୋଇଥିଲେ ମଧ୍ୟ ସତ୍ୟପାଠ ଦାଖଲ କରିନଥିଲେ, ତେବେ ତହିଁ ପରଦିନ କମିଟି ଆଗରେ ହାଜର ହୋଇ ରିସର୍ଚ୍ଚ ସ୍କଲାର୍ ଅଭିଜିତ ମିତ୍ର ସତ୍ୟପାଠ ଦାଖଲ କରିଥିଲେ ।

Leave A Reply

Your email address will not be published.