Latest Odisha News

ମାଓବାଦୀ ବିରୋଧି ଅଭିଯାନକୁ ତୀବ୍ର କରିବ ଓଡିଶା ପୋଲିସ: ଡିଜିପି

ମାଲକାନଗିରି : ମାଲକାନଗିରି ଜିଲ୍ଲା ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ (ଡିଜିପି) ଆର୍ ପି ଶର୍ମା ଯୋଗଦେଇ ସ୍ଥିତି ସମୀକ୍ଷା କରିଛନ୍ତି ।

ଏହି ବୈଠକ ପରେ ଡିଜିପି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି “ମାଓବାଦୀ ବିରୋଧି ଅଭିଯାନକୁ ଜୋରଦାର କରାଯିବ” ଏବଂ ଏଥିପାଇଁ ଆଗାମୀ ଦିନରେ ରଣନୀତି ପ୍ରସ୍ତୁତ କରାଯିବ ।

ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ପୋଲିସ ମୁଖ୍ୟାଳୟରେ ମଙ୍ଗଳବାର ଦିନ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ।

ଏହି ବୈଠକରେ ଡିଆଜି ଆଶିଷ କୁମାର ସିଂହ, ଏଡିଜି (ଅପରେସନ), ଏସଓଜି କମାଣ୍ଡାଣ୍ଟ୍ ଏବଂ ମାଲକାନଗିରି ଏସପି ଜଗମୋହନ ମୀନା ପ୍ରମୁଖ ଉପସ୍ଥିତ ରହିବେ ।

ଏହି ଘଟଣାରେ ସୋମବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ ଡିଜିପି କହିଥିଲେ, “ଏହା ରାଜ୍ୟ ପୋଲିସ ପାଇଁ ଏକ ବଡ ସଫଳତା ଓ ମାଓଦମନ ରଣନୀତିରେ ସୂଚାରୁ ରୂପେ ପରିଚାଳନା କରାଯାଇଛି” ।

Leave A Reply

Your email address will not be published.